ETV Bharat / bharat

NDRF ମହାନିର୍ଦ୍ଦେଶକଙ୍କ ମହାନତା, ଶହୀଦ ପାଣ୍ଠିକୁ ଦାନକଲେ କେବିସି ଟଙ୍କା

ଶହୀଦଙ୍କ ପାଣ୍ଠିକୁ କେବିସିରୁ ଜିତିଥିବା 25 ଲକ୍ଷ ଟଙ୍କା ଦାନ କଲେ ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ । 1988 ବ୍ୟାଚ ଝାଡଖଣ୍ଡ କ୍ୟାଡରର ଆଇପିଏସ ଅଧିକାରୀ ସେ ।

ଫାଇଲ ଫଟୋ
author img

By

Published : Aug 27, 2019, 3:11 PM IST

ରାଞ୍ଚି: ଝାଡଖଣ୍ଡ କ୍ୟାଡରର ଆଇପିଏସ ଅଫିସର ସତ୍ୟ ନାରାୟଣ ପ୍ରଧାନ ସେବା ଓ ସମର୍ପଣର ଏକ ବଡ ଉଦାହରଣ ସୃଷ୍ଟି କରିଛନ୍ତି । ଜ୍ଞାନର ଖେଳ କୌନ ବନେଗା କରୋଡପତିରେ ଜିତି ଥିବା 25 ଲକ୍ଷ ଟଙ୍କାକୁ ଶହୀଦଙ୍କ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

1988 ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ବର୍ତ୍ତମାନ ଏନଡିଆରଏଫ ଡିଜି ପଦରେ ନିଯୁକ୍ତ ଅଛନ୍ତି । ଏନଡିଆରଏଫ ଦଳକୁ ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ କୌନ ବନେଗା କରୋଡପତିରେ ଭାଗ ନେବାକୁ ଆମନ୍ତ୍ରିତ କରିଥିଲେ । ସତ୍ୟ ନାରାୟଣ ପ୍ରଧାନ ଅମିତାଭଙ୍କ ସାମ୍ନା ହଟ ସିଟ୍‌ରେ ବସି 25 ଲକ୍ଷ ଟଙ୍କା ଜିତିଥିଲେ । 25 ଲକ୍ଷ ଟଙ୍କାର ଚେକ ହାତକୁ ଆସିବା ପରେ ଏସଏନ ପ୍ରଧାନ ଏହି ଟଙ୍କାକୁ ଶହୀଦଙ୍କ ପାଣ୍ଠିକୁ ଦାନ କରୁଥିବା ଘୋଷଣା କରିଛନ୍ତି ।

ଆଇପିଏସ ଅଧିକାରୀ ତଥା ଏନଡିଆରଏଫର ମହାନିର୍ଦ୍ଦେଶକ ଏସଏନ ପ୍ରଧାନଙ୍କ ନେତୃତ୍ତ୍ବାଧୀନ ଟିମ ମହାରାଷ୍ଟ୍ରରେ ଆସିଥିବା ବନ୍ୟାରେ ଅନେକ ଲୋକଙ୍କୁ ଉଦ୍ଧାର କରିଥିଲେ । ଏହି ମହାନ କାର୍ଯ୍ୟ ପାଇଁ ପ୍ରଧାନ ଓ ତାଙ୍କ ଟିମକୁ କେବିସିରେ ଭାଗ ନେବାକୁ ଡକାଯାଇଥିଲା ।

Intro:Body:

yy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.