ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ରାହୁଲଙ୍କ କୃଷି ଋଣ ଛାଡ କାର୍ଡ

author img

By

Published : Dec 2, 2019, 10:47 PM IST

ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସିମଡେଗାରେ ଏକ ନିର୍ବାଚନ ରାଲିରେ ଝାଡଖଣ୍ଡରେ କଂଗ୍ରେସ ମେଣ୍ଟ ସରକାର ଗଠନ କରେ ତେବେ କୃଷି ଋଣ ଛାଡ କରାଯିବ। ରାହୁଲ ଏହି ନିର୍ବାଚନୀ ରାଲିରେ ବିଜେପି ବିରୋଧରେ ବର୍ଷିଛନ୍ତି । ଅଧିକ ପଢନ୍ତୁ...

jharkhand election 2019
ଡିଜାଇନ ଫଟୋ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର। କଂଗ୍ରେସ, ବିଜେପିର ବରିଷ୍ଠ ନେତା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସିମଡେଗାରେ ଏକ ନିର୍ବାଚନ ରାଲିରେ ଝାଡଖଣ୍ଡରେ କଂଗ୍ରେସ ମେଣ୍ଟ ସରକାର ଗଠନ କରେ ତେବେ କୃଷି ଋଣ ଛାଡ କରାଯିବ । ରାହୁଲ ଏହି ନିର୍ବାଚନୀ ରାଲିରେ ବିଜେପି ବିରୋଧରେ ବର୍ଷିଛନ୍ତି ।

ଏହି ବିଶାଳ ସମାବେଶକୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ, ମେଣ୍ଟ ସରକାର ରାଜ୍ୟରେ ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାୟିତ୍ବ ଗ୍ରହଣ କରିବ । ରାଲିରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ବିଜେପି ସରକାର ଦେଶର ସାଧାରଣ ନାଗରିକଙ୍କ ହିତରେ କାମ କରୁଥିବା ସରକାର ନୁହେଁ, ଶିଳ୍ପପତିଙ୍କ ହିତରେ କାମ କରୁଥିବା ସରକାର।

ରାହୁଲ ଗାନ୍ଧୀଙ୍କର ନିର୍ବାଚନୀ ପ୍ରଚାରରେ ଦେଶର ସବୁଠାରୁ ବଡ ମୁଦ୍ଦା ବେକାରୀ ସମସ୍ୟା ବୋଲି କହିଛନ୍ତି । ଦେଶରେ ଧିରେ ଧିରେ ବିଭିନ୍ନ ଶିଳ୍ପାନୁଷ୍ଠାନ ବନ୍ଦ ହେବାରେ ଲାଗୁଛି, ଯୁବକ ରୋଜଗାର ହରାଉଛନ୍ତି ଏଭଳି ପରିସ୍ଥିତିରେ ଗରିବଙ୍କୁ ସକ୍ଷମ କରିବା ପରିବର୍ତ୍ତେ ସରାକାର ଶିଳ୍ପପତିଙ୍କୁ ଧନୀ କରିବାରେ ଲାଗୁଛନ୍ତି । ଏହା ନରେନ୍ଦ୍ର ମୋଦି ସରକାର ନୁହେଁ, ଅମ୍ବାନୀ ଓ ଆଦାନୀ ସରକାର ବୋଲି ସେ ନିର୍ବାଚନୀ ସଭାରେ କହିଛନ୍ତି ।

କଂଗ୍ରେସ ଗୋଷଣା କରିଥିବା ନ୍ୟାୟ ଯୋଜନା ନ୍ୟୁନତମ ଆୟ ଯୋଗାଇବା କଥା ସେ କହିଛନ୍ତି । ଏହି ସଭାରେ ସେ କଂଗ୍ରେସ ଶାସିତ ଛତିଶଗଡର ଉଦାହରଣ ଦେଇଥିଲେ। ଯେଉଁ କମ୍ପାନୀ ଆଦିବାସୀଙ୍କ ଜମି ଅଧିଗ୍ରହଣ କରି ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ନକରନ୍ତି ତେବେ ସେ ଜମି ପୁନର୍ବାର ପ୍ରତ୍ୟାହୃତ କରାଯାଇ କୃଷକ ଓ ଆଦିବାସୀଙ୍କୁ ବାଣ୍ଟି ଦିଆଯିବ ବୋଲି ରାହୁଲ କହିଛନ୍ତି।

ସୋମବାର ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ଏକ ରାଲିରେ ବିଜେପି ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସରକାର ବିରୋଧରେ ଗର୍ଜିଥିଲେ।

ଏଠାରେ ସୂଚନା ଯୋଗ୍ୟ ଝାଡଖଣ୍ଡର ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ସମାପ୍ତ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୧୨, ୪ର୍ଥ ପର୍ଯ୍ୟାୟ ପାଇଁ ୧୬ ଓ ଶେଷ ପର୍ଯ୍ୟାୟ ପାଇଁ ୨୦ ତାରିଖରେ ଭୋଟିଂ ହେବ । ସେହିପରି ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.