ETV Bharat / bharat

ଦେଶ ଏକ ନିୟମ ଦୁଇ ,ମୋଦିଙ୍କ ନିକଟରେ ଅଭିଯୋଗ ଆଣିଲେ ଝାଡଖଣ୍ଡ ସିଏମ - jharkhand chief minister dials pm modi

କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଦେଖାଦେଇଛି ବିବାଦ । ଗୋଟିଏ ଦେଶରେ 2 ଟି ନିୟମ କାହିଁକି ପ୍ରଶ୍ନ କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଗୋଟିଏ ଦେଶରେ କାହିଁକି 2ଟି ନିୟମଗୋଟିଏ ଦେଶରେ କାହିଁକି 2ଟି ନିୟମ
ଗୋଟିଏ ଦେଶରେ କାହିଁକି 2ଟି ନିୟମ
author img

By

Published : Apr 21, 2020, 10:08 AM IST

ରାଞ୍ଚି: କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । 5 ରାଜ୍ୟଙ୍କ ଅନୁରୋଧ କ୍ରମେ ସମସ୍ତ ଛାତ୍ରଛାତ୍ରୀ ନିଜ ଘରକୁ ଫେରିବେ । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଲକଡାଉନ ସମୟରେ କେନ୍ଦ୍ର ଏପରି କରି ନିଜେ ହିଁ ନିୟମ ଉଲ୍ଲଙ୍ଘନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆଜି ସକାଳୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଅଭିଯୋଗ କରିଛନ୍ତି ଗୋଟିଏ ଦେଶର କାହିଁକି 2 ଟି ନିୟମ ।

କୋଟାରେ ରହି ପିଲାମାନେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଇଥାନ୍ତେ । ହେଲେ କୋରୋନା ଲକଡାଉନ ଯୋଗୁଁ ସମସ୍ତ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେପଟେ ନିଜ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଗୁଜୁରାଟ, ଛତିଶଗଡ, ଆସାମ ପ୍ରସ୍ତୁତ ଅଛନ୍ତି । ଏହାପୂର୍ବରୁ ଉତ୍ତରପ୍ରଦେଶ ସରକାର ସ୍ବତନ୍ତ୍ର ବସ ଯୋଗେ ଛାତ୍ରଛାତ୍ରୀ ନିଜ ଘରକୁ ଫେରାଇ ନେଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ଯଦି ଉତ୍ତରପ୍ରଦେଶ ଏପରି କରି ପାରୁଛି ତେବେ ଝାଡଖଣ୍ଡ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

କୋରୋନା ସଂକ୍ରମଣ ରୋକିବା ଦିଗରେ ଲକଡାଉନ କରାଯାଇଛି । ଯଦି ସମସ୍ତ ରାଜ୍ୟ ଏପରି କରିବେ ତେବେ ଲକଡାଉନର ମୂଲ୍ୟ ରହିବ ନାହିଁ । ତେଣୁ ଏପରି ନ କରିବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ଏହି ସମାନ ଅଭିଯୋଗ ଆଣିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.