ETV Bharat / bharat

ଦୁଇଟି ଆସନରୁ ଲଢିବେ ହେମନ୍ତ

author img

By

Published : Nov 24, 2019, 7:12 PM IST

ଆଗାମୀ ବିଧାନସଭା ନିର୍ବାଚନରେ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ଦୁଇଟି ଆସନରୁ ନିର୍ବାଚନ ଲଢିବେ । ଅଧିକ ପଢନ୍ତୁ...

ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗାମୀ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ଲଢିବେ ବୋଲି ଜଣାପଡ଼ିଛି । ଆଗାମୀ ନିର୍ବାଚନ ପାଇଁ ଜେଏମଏମ ତାର ପଞ୍ଚମ ପର୍ଯ୍ୟାୟରେ 13 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ସୂଚନା ଯୋଗ୍ୟ ହେମନ୍ତ ସୋରେନ ଜେଏମଏମ, କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳର ମୂଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ମଇାଦାନକୁ ଓହ୍ଲାଇବେ । ସେ ଦୁମକା ଏବଂ ବେରହାଟରୁ ନିର୍ବାଚନ ଲଢିବାକୁ ଯାଉଥିବା ଜଣାପଡ଼ିଛି । ଗତ 2014 ନିର୍ବାଚନରେ ମଧ୍ୟ ହେମନ୍ତ ସୋରେନ ନିର୍ବାଚନ ଲଢିଥିବା ଦେଖିବାକୁ ମିଳିଥିଲା । ତେବେ ସେ ଦୁମକା ଆସନରୁ ପରାଜିତ ହୋଇଥିଲେ । ଏହି ଆସନରେ ବିଜେପି ପ୍ରାର୍ଥୀ ଲୁଇସ ମାରାଣ୍ଡି ତାଙ୍କୁ ପରାଜିତ କରିଥିଲେ ।

ତେବେ ପ୍ରକାଶ ପାଇଥିବା ତାଲିକାରେ ସୀତା ସୋରନଙ୍କ ନାମ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ସୀତା ହେଉଛନ୍ତି ଜେଏମଏମ ଅଧ୍ୟକ୍ଷ ଶିବୁ ସୋରେନଙ୍କ ବୋହୁ । ଆସନ୍ତା 30 ତାରିଖରୁ ଝାଡ଼ଖଣ୍ଡ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି ।

Intro:Body:

editorial

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.