ETV Bharat / bharat

ଝାଡଖଣ୍ଡ ନିର୍ବାଚନ ଫଳାଫଳ: ଖୁସିରେ ସାଇକଲ ଚଳାଇଲେ ହେମନ୍ତ ସୋରେନ - jharkhand assembly election

ଝାଡଖଣ୍ଡରେ ବିଜୟୀ ମୁହାଁ  ହୋଇଛି ଜେଏମଏମ(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ନେତୃତ୍ବାଧୀନ ମେଣ୍ଟ । ଏନେଇ ଭିନ୍ନ ଢଙ୍ଗରେ ଖୁସି ପ୍ରକାଶ କରିଛନ୍ତି ହେମନ୍ତ ସୋରେନ । ଖୁସିରେ ସେ ସାଇକଲ ଚଳାଉଥିବା ନଜର ଆସିଛନ୍ତି ।

jharkhand-assembly-election
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 23, 2019, 5:51 PM IST

ରାଞ୍ଚି: ଝାଡଖଣ୍ଡରେ ବିଜୟୀ ମୁହାଁ ହୋଇଛି ଜେଏମଏମ(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ନେତୃତ୍ବାଧୀନ ମେଣ୍ଟ । ବର୍ତ୍ତମାନ ସୁଦ୍ଧା ଗଣତି ଜାରି ରହିଛି । ଫଳାଫଳର ସ୍ପଷ୍ଟ ଚିତ୍ର ନଆସିଥିଲେ ମଧ୍ୟ ଏହି ୩ ଦଳ ମିଳିତ ଭାବେ ବିଜେପିକୁ କ୍ଷମତାଚ୍ୟୁତ କରିବେ ବୋଲି ଅନୁମାନ କରାଯାଉଛି । ଜେଏମଏମ-କଂଗ୍ରସ-ଆରଜେଡ଼ି ମେଣ୍ଟ ପାଖାପାଖି 46 ଟି ଆସନରେ ଆଗୁଆ ରହିଛି । ମେଣ୍ଟ ବିଜୟୀ ହେଲେ ହେମନ୍ତ ସୋରେନ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ । ତେବେ ଏନେଇ ଭିନ୍ନ ଢଙ୍ଗରେ ଖୁସୀ ପ୍ରକାଶ କରିଛନ୍ତି ହେମନ୍ତ ସୋରେନ । ଖୁସିରେ ସେ ସାଇକେଲ ଚଳାଉଥିବା ନଜର ଆସିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ନିଜ ଖୁସି ପ୍ରକାଶ କରିବା ପାଇଁ ନିଜ ବାସଭବନ ବାହାରେ ସେ ସାଇକଲ ଚଳାଉଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ ହେମନ୍ତଙ୍କ ପିତା ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ସେଠାରେ ବସିଥିବା ନଜର ଆସିଛନ୍ତି । ଏହି ଖୁସିର ମୂହୁର୍ତ୍ତରେ ହେମନ୍ତଙ୍କ ସହ ତାଙ୍କର ପୁରା ପରିବାର ନଜର ଆସିଛନ୍ତି ।

ସେପଟେ ହେମନ୍ତ ସୋରେନଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇଗଲାଣି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.