ହାଇଦ୍ରାବାଦ: ପୃଥିବୀରେ ଅନ୍ୟ ପ୍ରାଣୀଙ୍କ ତୁଳନାରେ ମନୁଷ୍ୟ ତର୍କସଙ୍ଗତ। ଅନ୍ୟ ପ୍ରାଣୀଙ୍କୁ କ୍ଷତି ନ ପହଞ୍ଚାଇ ମନୁଷ୍ୟ ସାମଞ୍ଜସ୍ୟ ରକ୍ଷା କରି ଜୀବନଯାପନ କରିଥାଏ, କିନ୍ତୁ ଆଧୁନିକ ଯୁଗରେ ସମ୍ବଳର ଅଭାବ, ଜନସଂଖ୍ୟା ବୃଦ୍ଧି ଓ ସେମାନଙ୍କ ଆବଶ୍ୟକତା ମନୁଷ୍ୟକୁ ଅଧିକ ସ୍ବାର୍ଥପର କରି ଦେଇଛି । ଏହାର ପରିଣାମ ସ୍ବରୂପ ହିଂସା ଓ ବର୍ବରତା ବୃଦ୍ଧି ପାଉଛି । ଏପରି ଅରାଜକତା ଉପରେ ଅଙ୍କୁଷ ଲଗାଇବା ପାଇଁ ତଥା ବର୍ଦ୍ଧିତ ସାମାଜିକ ଜଟିଳତାକୁ ସନ୍ତୁଳିତ କରିବା ପାଇଁ ନିୟମର ଆବଶ୍ୟକତା ରହିଛି, ଯାହାକି ସମ୍ବିଧାନ ।
ଆଧୁନିକ ବ୍ୟକ୍ତି କେବଳ ଗୋଟିଏ ସାମାଜିକ ଜୀବ ନୁହେଁ ବରଂ ରାଜନୈତିକ ବିଚାରଧାରରେ ପରିବେଷ୍ଟିତ ପ୍ରାଣୀ । ମନୁଷ୍ୟ ନିଜ ଜୀବନକୁ ସନ୍ତୁଳିତ କରିବା ତଥା ସମାଜର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବଞ୍ଚିବା ପାଇଁ ଗୋଟିଏ ପ୍ରଣାଳୀ ପ୍ରସ୍ତୁତ କରିଛି, ଯାହାକୁ ଦେଶ କୁହାଯାଏ । ଏହି ଦେଶ ସରକାରୀ ପ୍ରଣାଳୀ ତିଆରି । ଲୋକତାନ୍ତ୍ରିକ ସରକାରର ସାମ୍ବିଧାନିକ, କାର୍ଯ୍ୟକାରୀ, ନ୍ୟାୟିକ ପ୍ରଣାଳୀ, ଅଧିକାର ଓ ଦାୟିତ୍ବ, ଏ ସମସ୍ତ ସମ୍ବିଧାନରେ ନିହିତ ରହିଛି । ଏହା ଦେଶର ସର୍ବୋଚ୍ଚ ଅଧ୍ୟାଦେଶ । ସମ୍ବିଧାନ ଉଭୟ ଶାସକ ଓ ଶାସିତଙ୍କ ମଧ୍ୟରେ ସମନ୍ଧକୁ ନିୟନ୍ତ୍ରିତ କରିଥାଏ ।
ଦେଶର ସମ୍ବିଧାନ ଦ୍ବାରା ସମସ୍ତେ ସମସ୍ତଙ୍କ ସହ ଜଡିତ । ଜନତାଙ୍କ ଠୁ ନେଇ ସରକାରଙ୍କ ଭାଗିଦାରୀ, ଜବାବଦାରୀ, ପ୍ରଶାସନ ଓ ନ୍ୟାୟପାଳିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ । ସାମ୍ବିଧାନିକ ଅଖଣ୍ଡତା ଲୋକତନ୍ତ୍ରର ଆଧାରଶୀଳ ।
ଲୋକତନ୍ତ୍ରରେ ନାଗରିକ ଉଭୟ ଶାସକ ଓ ଶାସିତ ହୋଇଥାଏ । ଯଦି ପ୍ରଶ୍ନ ଆସେ ସରକାରକୁ ନିୟନ୍ତ୍ରିତ କରିବା ପାଇଁ ସମ୍ବିଧାନର ଆବଶ୍ୟକତା ରହିଛି କି ? ତେବେ ଉତ୍ତର ହଁ ହେବ । ନିମ୍ନଲିଖିତ 5ଟି ପ୍ରମୁଖ ଉଦ୍ଦେଶ୍ୟକୁ ପୁରା କରିବା ସମ୍ବିଧାନର ଅଧିକାର ।
- ସାଧାରଣ ନାଗରିକକୁ କ୍ଷମତାର ଦୁରୂପଯୋଗରୁ ବଞ୍ଚାଇବା
- ବର୍ତ୍ତମାନ ଓ ଭବିଷ୍ୟତ ପିଢିର ଅପ୍ରତ୍ୟାଶିତ ପରିବର୍ତ୍ତନକୁ ସହ୍ୟ କରିବା
- ସମାଜର ପଛୁଆ ବର୍ଗଙ୍କୁ ସଶକ୍ତ କରିବା
- ଅସମାନତାର ମୂଳୋତ୍ପାଟ ସହ ସମାନ ସମାଜ ସ୍ଥାପନା
ଏହି ଲକ୍ଷ୍ୟ ଗୁଡିକୁ ପ୍ରାପ୍ତ କରିବା ପାଇଁ କିଛି ସୁରକ୍ଷା ଉପାୟ ଗୁଡିକୁ ସମ୍ବିଧାନରେ ସାମିଲ କରାଯାଇଛି । ସେଗୁଡିକ ହେଉଛି...
ଉଚିତ ଅଧିକାର ସହ ସଂରକ୍ଷଣ
ଭାରତର ସମ୍ବିଧାନ ମୌଳିକ ଅଧିକାର ଦେବା ଓ ନାଗରିକଙ୍କ ସ୍ବତନ୍ତ୍ରତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ପ୍ରତିବଦ୍ଧ । ଧାର୍ମିକ କ୍ଷେତ୍ରରେ ସମ୍ବିଧାନ ସ୍ବତନ୍ତ୍ର ଅଧିକାର ସୁନିଶ୍ଚିତ କରିଛି । ଧାର୍ମିକ ଓ ସାଂସ୍କୃତିକ ମାମଲାରେ ସରକାରଙ୍କ ହସ୍ତକ୍ଷେପ ବାରଣ ଅଟେ । ସମ୍ବିଧାନର ଅନୁଛେଦ 17 ଅସ୍ପୃଶ୍ୟତା ପୂରାତନ ପ୍ରଥା ଭାବେ ଉଲ୍ଲେଖ କରିବା ସହ ଏହାକୁ ନିଷିଦ୍ଧ କରିଛି ।
ଅର୍ଦ୍ଧ ସଙ୍ଘଭାବ
ଭାରତର ସମ୍ବିଧାନ ଆମେରିକା ସମ୍ବିଧାନ ଦ୍ବାରା ପ୍ରଭାବିତ ହୋଇଥିଲେ ମଧ୍ୟ ଏହା ଏକ ଅର୍ଦ୍ଧସଙ୍ଘୀୟ ବ୍ୟବସ୍ଥା ପକ୍ଷରେ ରହିଛି । ଅର୍ଥାତ ସଙ୍ଘୀୟ ସରକାର ପ୍ରଣାଳୀରେ କେନ୍ଦ୍ରରେ ଏକ ମଜବୁତ ସରକାର ରହିବା ସହ ଏହାର ସହଯୋଗରେ ବିଭିନ୍ନ ରାଜ୍ୟ ସରକାର କାର୍ଯ୍ୟ କରିଥାନ୍ତି ।
ସଂସଦୀୟ ସରକାର
ଆମ ସମ୍ବିଧାନ ନିର୍ମାତା ରାଷ୍ଟ୍ରପତି ଓ ସଂସଦୀୟ ପ୍ରଣାଳୀର ସତର୍କତା ପୂର୍ବକ ଯାଞ୍ଚ କରିଛି ଏବଂ ଭାରତର ନାଗରିକଙ୍କ ପାଇଁ ସରକାରର ସଂସଦୀୟ ସ୍ବରୂପ ଚୟନ କରିଛି । ଏହା ଦେଶର ବିଭିନ୍ନ କ୍ଷେତ୍ର ଓ ବର୍ଗଙ୍କ ପାଇଁ ଶାସନ ଓ କ୍ଷମତାର ଉଚିତ ସ୍ଥାନ ପ୍ରଦାନ କରିଥାଏ ।
ଯଦି ପ୍ରଶ୍ନ ଉଠେ କ’ଣ ଆମ ସମ୍ବିଧାନ ବିଗତ 70 ବର୍ଷରୁ ନାଗରିକଙ୍କ ଇଚ୍ଛା ଓ ଆକାଂକ୍ଷାକୁ ପୁରଣ କରିବାରେ କାର୍ଯ୍ୟ କରିଛି ? ତେବେ ଏହାର ଉତ୍ତର ମିଶ୍ରିତ ରହିବ । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଅନେକ ଦେଶ ସ୍ବତନ୍ତ୍ରତା ପ୍ରାପ୍ତ କରିଛନ୍ତି । ଲୋକତନ୍ତ୍ରରେ ନେତତ୍ବାଧିନ ଭାବେ ଆଗକୁ ବଢିଛନ୍ତି । ଅନେକ ଦେଶ ଭାଙ୍ଗି ମଧ୍ୟ ଯାଇଛନ୍ତି । ହେଲେ ଭାରତ ସଫଳାତା ପୂର୍ବକ ଆଗକୁ ବଢିବାର କାରଣ ଏହାର ସମ୍ବିଧାନରେ ନିହିତ ସନ୍ତୁଳନ । ରାଷ୍ଟ୍ରର ଏକତା ପାଇଁ ଆମ ଦେଶ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି । ହେଲେ ଏହାକୁ ମଧ୍ୟ ସ୍ବୀକାର କରିବାକୁ ପଡିବ ସବୁ ସତ୍ତ୍ବେ ସାଧାରଣ ନାଗରିକଙ୍କ ଜୀବନ ଆଜି ବି ଆରାମଦାୟକ ସ୍ଥିତିରେ ନାହିଁ ।
ଦିନକୁ ଦିନ ନିତିଗତ ମୂଲ୍ୟବୃଦ୍ଧି, ସଂକୀର୍ଣ୍ଣନତା ବଢିବା, କ୍ଷତ୍ରୀୟ ଭାଷା ଓ ସାଂପ୍ରଦାୟିକ ମତଭେଦ, ଅପରାଧିକ ରାଜନିତୀ ଓ ରାଜନୈତିକ ଦଳଗୁଡିକର ଅବସରବାଦ ଆଦି ସନ୍ଦେହ ପ୍ରଦାନ କରେ । ମନରେ ପ୍ରଶ୍ନ ଆସେ କି ଏହା କଣ ସେହି ଦେଶ ଯାହାର ଗାନ୍ଧୀଜୀ ସ୍ବପ୍ନ ଦେଖିଥିଲେ? ଏଥିପାଇଁ ବ୍ୟକ୍ତିଗତ ଓ ସାମୁହିକ ରୂପେ ଆମେ ସମସ୍ତେ ଦାୟୀ । ସମସ୍ତ ବର୍ଗ ନିଜ ଦାୟିତ୍ବ ପୁରା କରିବାରେ ବିଫଳ ରହୁଛନ୍ତି । ରାଷ୍ଟ୍ରୀୟ ଅଖଣ୍ଡତା, ସମାନତା ଓ ପ୍ରଗତିକୁ ବଜାୟ ରଖିବା ସମସ୍ତଙ୍କର ଦାୟିତ୍ବ ଅଟେ ।