ETV Bharat / bharat

ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଜୈଶ ଜାରି କଲା ଧମକପୂର୍ଣ୍ଣ ଭିଡିଓ - donald trump india visit

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ । ଏହି ଭିଡିଓରେ ପ୍ରତିଶୋଧ ନେବା କଥା କୁହାଯାଇଛି । ଅଧିକ ପଢନ୍ତୁ...

jem-released-video
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
author img

By

Published : Feb 16, 2020, 10:27 AM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ । ଏହି ଭିଡିଓରେ ପ୍ରତିଶୋଧ ନେବା କଥା କୁହାଯାଇଛି । ପବିତ୍ର ଗ୍ରନ୍ଥ କୁରାନ ଶରୀଫର ନାଁ ନେଇ ଭିଡିଓରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ହତ୍ୟା କରିଛନ୍ତି ତାହେଲେ ତାଙ୍କୁ କ୍ଷମା ଦିଆଯିବନାହିଁ ।

ଭିଡିଓରେ କୁହାଯାଇଛି ଯେ, ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନିଆଯିବ । ଯେଉଁ ଭଳି ତୁମେ ମୁସଲମାନଙ୍କୁ ହଇରାଣ କରୁଛ ଏବଂ ତାଙ୍କ ଘର ଜଳାଉଛ ତାହାର ପ୍ରତିଶୋଧ ନିଆଯିବ । ତେବେ ଏହି ଧମକ ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ଜଣା ପଡୁଛି ।

ସେପଟେ ସୁରକ୍ଷା ଏଜେନ୍ସି ଏନେଇ ତଦନ୍ତ କରିବା ପରେ ଜଣା ପଡିଛି ଯେ, ଚଳିତ ମାସ ପ୍ରାରମ୍ଭରେ ପିଓକେରେ ଆତଙ୍କବାଦୀ ସଂଗଠନଙ୍କର ଏକ ବୈଠକ ହୋଇଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ପାକିସ୍ତାନୀ ସେନା ଅଧିକାରୀ ମଧ୍ୟ ଏହି ବୈଠକରେ ସାମିଲ ଥିଲେ । ଆତଙ୍କବାଦୀ ସଂଗଠନ ହଜିବୁଲ ମୁଜାହିଦ୍ଦୀନକୁ ସକ୍ରିୟ କରାଯିବା ନେଇ ମଧ୍ୟ ଏଥିରେ ନିଷ୍ପତ୍ତି ନିଆଯାଇଛି । ତେବେ ମୁଜାହିଦ୍ଦୀନରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବଦଳରେ କାଶ୍ମୀରର ଆତଙ୍କବାଦୀଙ୍କୁ ସାମିଲ କରାଯିବ । ଲସ୍କର ଏବଂ ଜୈଶର ଆତଙ୍କବାଦୀ କାର୍ଯ୍ୟକଳାପର ଦାୟିତ୍ବ ହଦିବୁଲକୁ ଦିଆଯିବ ବୋଲି ଏଥିରେ କୁହାଯାଇଛି ।

ତେବେ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଭାରତ ବିରୋଧରେ ତାଙ୍କୁ ଭ୍ରମିତ କରିବା ପାଇଁ ପାକିସ୍ତାନର ଏହା ଏକ ଚାଲ୍‌ ବୋଲି ଆଶଙ୍କା କରାଯାଉଛି । ପାକିସ୍ତାନ ତାଙ୍କୁ ଏହା ଦେଖାଇବାକୁ ଚାହୁଁଛି ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ କାଶ୍ମୀରବାସୀ ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମାନେ ଆତଙ୍କବାଦୀ ଆକ୍ରମଣକୁ ସଫଳ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ମାସ 24 ଏବଂ 25 ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ମଧ୍ୟ ଭାରତ ଆସିବେ । ଏହି ଗସ୍ତ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ରାଷ୍ଟ୍ରପତି ଭାବରେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.