ନୂଆଦିଲ୍ଲୀ: ଘୋଷଣା ହୋଇଛି IIT ଜେଇଇ ମେନ୍ସ ପରୀକ୍ଷା ତରିଖ । କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବୁଧବାର ଏହାର ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ 4ଟି ପର୍ଯ୍ୟାୟରେ ହେବ ଜେଇଇ ମେନ୍ସ ପରୀକ୍ଷା । ପ୍ରଥମ ସେଶନ୍ ଆସନ୍ତା ବର୍ଷ 23ରୁ 26 ଫେବୃଆରୀ ମଧ୍ୟରେ ହେବ । ସେହିପରି ଅନ୍ୟ 3ଟି ସେଶନ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ହେବ ।
ଜେଇଇ ମେନ୍ସ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏନେଇ ଟ୍ବିଟ ଯୋଗେଁ ମଧ୍ୟ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୋଖରିୟାଲ । ଏହି ପରୀକ୍ଷା 4ଟି ପର୍ଯ୍ୟାୟରେ 13 ଭାଷାରେ ଆୟୋଜନ କରାଯିବ । 15 ମାର୍କର ଅପସନାଲ୍ ପ୍ରଶ୍ନରେ ମାଇନସ ମାର୍କିଂ ହେବନାହିଁ ।
4 ପର୍ଯ୍ୟାୟ ମଧ୍ୟରୁ ଆବେଦନକାରୀ ପରୀକ୍ଷାର୍ଥୀ ନିଜ ସୁବିଧା ଅନୁଯାୟୀ କୌଣସି ଗୋଟିଏ ପର୍ଯ୍ୟାୟରେ ପରୀକ୍ଷା ଦେଇପାରିବେ ।