ନୂଆଦିଲ୍ଲୀ: ଆଜି ଜେଇ ମେନ 2 ପାଇଁ ଜାରି ହେବ ଆଡମିଟ କାର୍ଡ । ଆବେଦନକାରୀ jeemain.nic.in ଜରିଆରେ ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ । ହଲ ଟିକଟ ଡାଉନଲୋଡ କରିବା ପାଇଁ ପ୍ରାର୍ଥୀଙ୍କୁ ନିଜ ରେଜିଷ୍ଟ୍ରେସନ ନମ୍ବର ଓ ପାସୱାର୍ଡ/ଜନ୍ମତିଥି ଦେବାକୁ ହେବ । ଆଡମିଟ କାର୍ଡରେ ପରୀକ୍ଷା ତାରିଖ, ପରୀକ୍ଷା କେନ୍ଦ୍ର ଆଦିର ସମସ୍ତ ସୂଚନା ରହିଛି ।
ତେବେ ଏଠାରେ ସୂଚନାଥାଉ ଯେ ନିକଟରେ NTA ଏକ ନୋଟିଫିକେସନ ଜାରି କରି ଏପ୍ରିଲରେ ହେବାକୁ ଥିବା ଜେଇ ମେନର ନୂଆ ତାରିଖ ଘୋଷଣା କରିଥିଲା । ତେବେ ଆଗକୁ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି ।
ରିସିଡ୍ୟୁଲ ଅନୁସାରେ ଜେଇ ମେନ ପରୀକ୍ଷା ଏପ୍ରିଲ 7 ହେବାକୁ ନିର୍ଦ୍ଦାରିତ କରାଯାଇଛି । ତେବେ 7 ଏପ୍ରିଲରେ B.arch/B.planninର ପେପର-2 ଆୟୋଜନ ହେବ । ଯେତେବେଳେ କି ପେପର-1ର ପରୀକ୍ଷା 8, 9,10, 12 ଏପ୍ରିଲରେ ଅନୁଷ୍ଠିତ ହେବ ।