ETV Bharat / bharat

ନାଗରିକତା ସଂଶୋଧନ ବିଲ୍‌: ଜେଡିୟୁ-ଏଆଇଡିଏମକେର ସମର୍ଥନ - ନାଗରିକତା ସଂଶୋଧନ ବିଲ୍‌

ନାଗରିକତା ସଂଶୋଧନ ବିଲ୍‌କୁ ଜେଡିୟୁ ଏବଂ ଏଆଇଡିଏମକେ ସମର୍ଥନ କରୁଥିବା ବେଳେ ଟିଆରଏସ, ଡିଏମକେ ଏବଂ ଟିଏମସି ଏହାକୁ ବିରୋଧ କରିଛନ୍ତି ।

citizenship-amendment-bill
ଫାଇଲ ଫଟୋ
author img

By

Published : Dec 11, 2019, 3:26 PM IST

Updated : Dec 11, 2019, 3:33 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ରାଜ୍ୟସଭାରେ ଜାରି ରହିଛି ତର୍କ ବିତର୍କ । କେଉଁ ଦଳ ଏହି ବଲ୍‌କୁ ସମର୍ଥନ କରୁଛନ୍ତି ତ ଆଉ କିଏ ଜୋରଦାର ବିରୋଧ । ଜେଡିୟୁ ଏବଂ ଏଆଇଡିଏମକେ ବିଲ୍‌କୁ ସମର୍ଥନ କରୁଥିବା ବେଳେ ଟିଆରଏସ, ଡିଏମକେ ଏବଂ ଟିଏମସି ଏହାକୁ ବିରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ଏହି ବିଲ୍‌ ପାରିତ ହେଲେ ଦେଶର ସମ୍ବିଧାନ ଏବଂ ଧର୍ମନିରପେକ୍ଷତାକୁ ବହୁତ ବଡ ଆଘାତ ଲାଗିବ ବୋଲି ବୋଲି ଡିଏମକେ ସାଂସଦ ଟି.ଶିବା କହିଛନ୍ତି । ସେହିପରି ଟିଆରଏସ ସାଂସଦ କେଶବ ରାଓ କହିଛନ୍ତି, ଏହି ବିଲ୍‌ ଭାରତର ବିଚାରଧାରାକୁ ଚ୍ୟାଲେଞ୍ଜ କରୁଛି । ଏହାକୁ ଫେରାଇ ନେବା ଉଚିତ । ସେପଟେ ଟିଏମସି ଏହାକୁ ଅସମ୍ବିଧାନିକର ଆଖ୍ୟା ଦେଇଛି । ଏହା ପାରିତ ହେଲେ ସଂଗ୍ରାମ ଏବଂ ଜନ ଆନ୍ଦୋଳନ ହେବ ବୋଲି ଟିଏମସି ସାଂସଦ ଡେରେକ ଓବ୍ରାୟନ କହିଛନ୍ତି ।

ଅନ୍ୟପକ୍ଷରେ ଏଆଇଡିଏମକେ ଏବଂ ଜେଡିୟୁ ଏହି ବିଲ୍‌କୁ ସମର୍ଥନ କରିଛନ୍ତି । ଏହା ଖୁବ ସ୍ପଷ୍ଟ ଏହାକୁ ବିରୋଧୀ ଭୁଲ ଉପସ୍ଥାପନ କରି ଭ୍ରମିତ କରୁଛନ୍ତି ବୋଲି ଜେଡିୟୁ ସାଂସଦ ରାମଚନ୍ଦ୍ର ପ୍ରସାଦ ସିଂହ କହିଛନ୍ତି ।

Intro:Body:

testing

Conclusion:
Last Updated : Dec 11, 2019, 3:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.