ETV Bharat / bharat

କର୍ଣ୍ଣାଟକ ନାଟକ ମଧ୍ୟରେ ଯୋଗ କରୁଛନ୍ତି ଜେଡିଏସ ନେତା - bengaluru

କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଜେଡିଏସ ନେତା ବେଙ୍ଗାଲୁରୁରେ ଯୋଗ କରୁଥିବା ନଜର ଆସିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jul 10, 2019, 5:19 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଜନତା ଦଳ ସେକ୍ୟୁଲାର(ଜେଡିଏସ)ର ନେତା ବେଙ୍ଗାଲୁରୁରେ ଯୋଗ କରୁଥିବା ନଜର ଆସିଛନ୍ତି । ପ୍ରତି ଘଣ୍ଟାରେ ସେଠାକାର ରାଜନୈତିକ ପାଣିପାଗ ବଦଳୁଥିବା ବେଳେ ଜେଡିଏସ ନେତା ଏହାକୁ ଖାତିର ନ କରି କ୍ଲବରେ ଯୋଗ କରିବାରେ ବ୍ୟସ୍ତ ଅଛନ୍ତି । ବେଙ୍ଗାଲୁରୁର ପ୍ରେଷ୍ଟିଜ ଗୋଲ୍ଫଶାୟର କ୍ଲବରେ ପାଖାପାଖି 5 ଜଣ ଜେଡିଏସ ନେତା ଯୋଗ ନିର୍ଦ୍ଦେଶକଙ୍କ ଅନୁଧ୍ୟାନରେ ଯୋଗ କରୁଥିବା ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଗତକାଲି କୁମାରସ୍ବାମୀ ଏହି ନେତାଙ୍କୁ ଏହି କ୍ଲବରେ ଆହୁରି 4 ଦିନ ରହିବାକୁ ପରାମର୍ଶ ଦେଇଥିଲେ । ସେପଟେ କର୍ଣ୍ଣାଟକର ଏହି ନାଟକ ଏବେ ସୁଦ୍ଧା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା 16 ବିଧାୟର ଇସ୍ତଫା ଦେଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ 10 ଜଣ ମୁମ୍ବାଇରେ ଅଛନ୍ତି । ସେମାନଙ୍କୁ ମନାଇବା ପାଇଁ କର୍ଣ୍ଣାଟକ ମନ୍ତ୍ରୀ ଡିକେ ଶିବକୁମାର ବୁଧବାର ସେଠାରେ ପହଞ୍ଚିଥିଲେ । କିନ୍ତୁ ଏହି ବିଦ୍ରୋହୀ ବିଧାୟକ ମୁମ୍ବାଇ ପୋଲିସକୁ ଚିଠି ଲେଖି ସୁରକ୍ଷା ଦାବି କରିଥିଲେ । ଶିବ କୁମାରଙ୍କ ଠାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ବିଦ୍ରୋହୀ ବିଧାୟକ ଜଣାଇଥିଲେ । ଏହି ଅଭିଯୋଗ ପରେ ମୁମ୍ବାଇ ପୋଲିସ ଶିବ କୁମାରଙ୍କୁ ନିଜ ହେପାଜତକୁ ନେଇଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.