ETV Bharat / bharat

ମୋଦିଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଲେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ - Japan's former Prime Minister Shinzo Abe

ଆବେଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏହାକୁ ନେଇ ସିଞ୍ଜୋ ଆବେ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୋଦିଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଲେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଜାଣନ୍ତୁ କାହିଁକି

author img

By

Published : Aug 31, 2020, 5:48 PM IST

ଟୋକିଓ: ଅସୁସ୍ଥତା ହେତୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଗତ ସପ୍ତାହରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆବେଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ତେବେ ଏହାକୁ ନେଇ ସିଞ୍ଜୋ ଆବେ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି , 'ଆପଣଙ୍କ ପ୍ରାର୍ଥନା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି। ଏହା ମୋ ହୃଦୟକୁ ଛୁଇଁଛି । ମୁଁ ଆଶା କରୁଛି ଯେ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ଜାରି ରହିବ।'

ମୋଦିଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଲେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଜାଣନ୍ତୁ କାହିଁକି
ମୋଦିଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଲେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଜାଣନ୍ତୁ କାହିଁକି

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଇସ୍ତଫା ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଲେଖିଥିଲେ, ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟ ବିଷୟରେ ଶୁଣି ମୁଁ ଦୁଃଖିତ। ନିକଟ ଅତୀତରେ ଆବେଙ୍କ ନେତୃତ୍ୱ ଏବଂ ବ୍ୟକ୍ତିଗତ ପ୍ରତିବଦ୍ଧତା ସହିତ ଭାରତ-ଜାପାନ ସହଭାଗିତା ପୂର୍ବ ଅପେକ୍ଷା ଗଭୀର ଏବଂ ଶକ୍ତିଶାଳୀ ହେଲା । ସେ ଖୁବ ଶୀଘ୍ର ସୁସ୍ଥ ହେବା ପାଇଁ ମୁଁ କାମନା କରୁଛି ବୋଲି ମୋଦି ଲେଖିଥିଲେ ।

ସିଞ୍ଜୋ ଆବେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଏବଂ ତାଙ୍କୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କ ଅସୁସ୍ଥତା ହେତୁ ସେ ଅଗଷ୍ଟ 28 ରେ ଇସ୍ତଫା ଘୋଷଣା କରିଥିଲେ। ସେ କହିଥିଲେ, ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମୁଁ କ୍ରନିକ୍ ରୋଗ ଅଲସରାଟିଭ କୋଲାଇଟିସରେ ପୀଡିତ। ଏହି ରୋଗ ପାଇଁ ମୁଁ ଏକ ନୂତନ ଚିକିତ୍ସା କରୁଛି । ଯେଉଁଥିପାଇଁ ନିୟମିତ ପରୀକ୍ଷା ଏବଂ ଯତ୍ନ ଆବଶ୍ୟକ । ତେଣୁ ଚିକିତ୍ସା ସମୟରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ମୁଁ ପର୍ଯ୍ୟାପ୍ତ ସମୟ ଦେଇ ପାରିବି ନାହିଁ । ତେଣୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସିଞ୍ଜୋ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.