ETV Bharat / bharat

ଘାଟିରେ ତୁଷାରପାତ, ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

author img

By

Published : Nov 16, 2020, 10:45 AM IST

ଘାଟିରେ ତୁଷାରପାତ କାରଣରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ଘାଟିରେ ତୁଷାରପାତ
ଘାଟିରେ ତୁଷାରପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ତୁଷାରପାତ । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ । ଜବାହାର ଟନେଲ ଅଞ୍ଚଳରେ ତୁଷାରପାତ କାରଣରୁ ଜାତୀୟ ରାଜପଥକୁ ବନ୍ଦ କରାଯାଇଛି । ସେହିପରି ପ୍ରିପାଞ୍ଚଲ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ତୁଷାର ପାତ କାରଣରୁ ମୁଘର ରାସ୍ତା ମଧ୍ୟ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଲଗାତାର ତୁଷାର ପାତ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ସୋମବାର ଜମ୍ମୁରେ ସର୍ବାଧିକ ତାପମାତ୍ରା 22 ଡିଗ୍ରୀ ସେଲସିୟସ୍‌ ରହିବାକୁ ଥିବାବେଳେ ସର୍ବନିମ୍ନ 13 ଡିଗ୍ରୀ ରହିବ ।

ସେପଟେ ଜମ୍ମୁରେ ଆଜି ଘଡଘଡି ସହ ବର୍ଷା ହେବେ ବୋଲି ପୂର୍ବନୁମାନ କରିଛି ଆଇଏମଡି । ଯାହାକୁ ନେଇ ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.