ETV Bharat / bharat

ଫୋକସରେ ଘାଟି ବିକାଶ, ଜମ୍ମୁ କାଶ୍ମୀରରେ ହେବ ନିବେଶକ ସମ୍ମିଳନୀ - ଏନକେ ଚୌଧୁରୀ

ଦେଶ ବିଦେଶର ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ଲାଗି  ଆୟୋଜିତ ହେବ ନିବେଶକ ସମ୍ମିଳନୀ । ଏହି ସମ୍ମିଳନୀ ଅକ୍ଟୋବର 12 ରୁ 14 ମଧ୍ୟରେ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 13, 2019, 10:56 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପ୍ରଥମ ଥର ଲାଗି ଆୟୋଜିତ ହେବ ନିବେଶକ ସମ୍ମିଳନୀ । ଦେଶ ବିଦେଶରୁ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ବଡ ପଦକ୍ଷେପ ନେଇଛନ୍ତି । ଏହି ସମ୍ମିଳନୀ ଅକ୍ଟୋବର 12 ରୁ 14 ମଧ୍ୟରେ ହେବ ।

ଜାମ୍ମୁ କାଶ୍ମୀର ବାଣିଜ୍ୟ ଏବଂ ଉଦ୍ୟୋଗ ବିଭାଗର ମୁଖ୍ୟ ସଚିବ ଏନକେ ଚୌଧୁରୀ ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି । ତେବେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏଠାର ବିକାଶ ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି ।

ତେବେ ସାଧାରଣ କ୍ଷେତ୍ରରେ ଏଭଳି ସମ୍ମିଳନୀ କରିବାକୁ 6 ରୁ 8 ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । କିନ୍ତୁ ଦିନ-ରାତି କାମ କରି ଅଳ୍ପ ସମୟ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଚେଷ୍ଟା କରାଯିବ ବୋଲି ଏନକେ ଚୌଧୁରୀ କହିଛନ୍ତି । ତେବେ ଏହି ସମ୍ମିଳନୀର ଉଦଘାଟନୀ ସମାରୋହ ଶ୍ରୀନଗରରେ ଆୟୋଜିତ ହେବ ଏବଂ ଉଦଯାପନୀ ସମାରୋହ ଜାମ୍ମୁରେ କରାଯିବ । ରାଜ୍ୟର ଅନ୍ୟ ଅଞ୍ଚଳ ଗୁଡିକୁ ଏଥିରେ ସାମିଲ କରିବା ପାଇଁ ସେମିନାର ଏବଂ ୱାର୍କସପର ଆୟୋଜନ କରାଯିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଦେଶ ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରାଯିବ ।

ତେବେ ଏହି ସମ୍ମିଳନୀରେ ମୁଖ୍ୟତଃ କୃଷି, ସ୍ବସ୍ଥ୍ୟସେବା, ଦକ୍ଷତା, ପର୍ଯ୍ୟଟନ ଏବଂ ଉତ୍ପାଦନ କ୍ଷେତ୍ରେରେ ଗୁରୁତ୍ବ ଦିଆଯିବ । ସମ୍ମିଳନୀରେ ନିବେଶ ସମ୍ପର୍କରେ ସୂଚନା ଦିଆଯିବା ସହ ସ୍ଥାନୀୟ ବ୍ୟବସାୟ ଏବଂ ଷ୍ଟାଟ-ଅପକୁ ପ୍ରତ୍ସାହନ ଦିଆଯିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.