ଲକ୍ଷ୍ନୌ: ଜାମ୍ମୁ କାଶ୍ମୀରର 79 ଜଣ କଏଦୀଙ୍କୁ ରବିବାର ଜାମିନରେ ଉତ୍ତରପ୍ରଦେଶର ଜେଲରୁ ମୁକ୍ତ କରାଯାଇଛି। ଉତ୍ତରପ୍ରଦେଶ ଜେଲ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି, ଧାରା 370 ଏବଂ 35A ରଦ୍ଦ ହେବା ପରେ 23 ଅଗଷ୍ଟ 2019 ରେ ମୋଟ 239 ଜାମ୍ମୁ କାଶ୍ମୀର ବନ୍ଦୀଙ୍କୁ ରାଜ୍ୟର ବିଭିନ୍ନ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅବଶିଷ୍ଟ 160 ଜଣଙ୍କୁ ଏବେ ବି ମଧ୍ୟ ରାଜ୍ୟର ବିଭିନ୍ନ ଜେଲରେ ରଖାଯାଇଛି।
ପ୍ରକାଶଥାଉକି, ଧାରା 370 ଉଚ୍ଛେଦ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ପରେ କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରି ପବ୍ଲିକ୍ ସେଫ୍ଟି ଆକ୍ଟ (PSA) ଅଧୀନରେ ସମସ୍ତଙ୍କୁ ଗିରଫ କରାଯାଇଥିଲା। ଜମ୍ମୁ-କାଶ୍ମୀରରୁ ଜାମିନ ଆଦେଶ ଗ୍ରହଣ କରିବା ପରେ କଏଦୀଙ୍କୁ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା ।