ETV Bharat / bharat

ବଢିଲା କାଶ୍ମୀର ସସପେନ୍ସ: ଗୃହବନ୍ଦୀରେ ନେତା, ଜାରି ହେଲା 144 ଧାରା

ବଢିଲା କାଶ୍ମୀର ଅଡୁଆ । କଣ ହେବ କେନ୍ଦ୍ର ସରକାରଙ୍କ ପଦକ୍ଷେପ, ଆଶଙ୍କାରେ ଜନତା, ବିଚଳିତ ନେତା ।

ଡିଜାଇନ ଫଟୋ
author img

By

Published : Aug 5, 2019, 3:13 AM IST

Updated : Aug 5, 2019, 1:04 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ନେଇ ଲାଗିରହିଥିବା ଚର୍ଚ୍ଚା ଆଶା ଆଶଙ୍କା ଏବେ ଆହୁରି ଘନିଭୂତ ହୋଇଛି । କିଛିଦିନ ମଧ୍ୟର ଗୃହ ମନ୍ତ୍ରଣାଳୟର ପ୍ରସ୍ତୁତି ଏହି ଆଶା ଆଶଙ୍କାକୁ ଆହୁରି ଶକ୍ତି ଯୋଗାଇଥିଲା । ଏହି ଆଶଙ୍କା ସେତେବେଳେ ଦୃଢିଭୁତ ହେଲା ଯେତେବେଳେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରକୁ ଏକାଥରକେ 100 କମ୍ପାନୀ ସୁରକ୍ଷା ବଳ ପଠାଇଲେ । ଏହପରେ ଅମରନାଥ ଯାତ୍ରୀଙ୍କୁ ତୁରନ୍ତ ଫେରି ଆସିବା ପାଇଁ ଦିଆଗଲା ନିର୍ଦ୍ଦେଶ ।

ଏହିଠାରୁ ଆଶଙ୍କା ଦୃଢିଭୁତ ହେଲା କାରଣ ସୁରକ୍ଷା ପାଇଁ ସରକାରଙ୍କ ପାଖରେ ସବୁ କିଛି ଥାଇ ମଧ୍ୟ କାହିଁକି ସୁରକ୍ଷା ଯୋଗାଇବାକୁ ଅକ୍ଷମତା ପ୍ରକାଶ କଲେ । ସରକାରଙ୍କ ଏହି ପଦକ୍ଷେପରେ ବିଚଳିତ ହୋଇପଡିଲେ କାଶ୍ମୀର ନେତା, ନେତ୍ରୀ, ସବୁ ବାଦ ବିବାଦ ଭୁଲି ଏକାଠି ହେବାକୁ ଆହ୍ବନ କଲେ ପିଡିପି ନେତ୍ରୀ ମେହେବୁବା ମୁଫତି । ବାରମ୍ବାର କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟିକରଣ ଲୋଡିଲେ ବିରୋଧୀ । କିନ୍ତୁ ସରକାର ନିଜ ମିଶନରେ ଅଟଳ ଥିଲେ । ଏହା ମଧ୍ୟରେ ସରକାର ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢାଇଚାଲିଛନ୍ତି ।

ତେବେ ଗତକାଲି(ଶନିବାର) ଯେତେବେଳେ ଶ୍ରୀନଗର ଏନଆଇଟିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଗଲା ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକ ସ୍ବତନ୍ତ୍ର ଟ୍ରେନରେ ଦିଲ୍ଲୀ ପଠାଇଦେଲେ ସରକାର । ତା ପୂର୍ବରୁ ଗୃହ ମନ୍ତ୍ରଣାଳୟ ସଂପୂର୍ଣ୍ଣ ଜମ୍ମୁ କାଶ୍ମୀରକୁ ସେନା ଛାଉଣୀରେ ପରିଣତ କରିଦେଲେ । ଏହାକୁ ନେଇ ସାରା ଦେଶରେ ଆଲୋଚନା ବଢିଚାଲିଲା। ଆଉ ଗଣମାଧ୍ୟମରେ ଶିରୋନାମାରେ ରହିଲା କାଶ୍ମୀର ।

ଗତକାଲି(ରବିବାର) ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ସୁରକ୍ଷା ଏଜେନ୍ସୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ । ଏହି ବୈଠକରେ ଜାତୀୟ ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲ, ଗୁଇନ୍ଦା ମୁଖ୍ୟଙ୍କ ସହ ତିନି ସେନାର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ବୈଠକର ରୂପରେଖ ଯଦିଓ ଜଣାପଡିନଥିଲା କିନ୍ତୁ ମଧ୍ୟରାତ୍ରୀରେ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରିବା ଆରମ୍ଭ କଲେ ।

ପ୍ରଥମେ ଜମ୍ମୁ କାଶ୍ମୀର ଡେପୁଟି କମିଶନର ସୁଷମା ଚହ୍ବାନ ଟ୍ବିଟ କରି ଜଣାଇଲେ, ସୋମବାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ରହିବ । ଠିକ୍ ଏହାର କିଛି ସମୟ ପରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦ୍ଲଲ୍ଲା, ଟିଡିପି ମୁଖ୍ୟ ମେହେବୁବା ମୁଫତି ଓ ଅନ୍ୟ ନେତାଙ୍କୁ ନଜର ବନ୍ଦି କରାଗଲା । ଠିକ ଏହି ଘଟଣା ପରେ ସରକାରଙ୍କ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମା ଲାଗୁ ହେଲା କାଶ୍ମୀରରେ । ତେବେ ଏହି ସବୁ ଘଟଣା ଆଗକୁ କଣ ରୁପରେଖ ନେବ ତାହାକୁ ସମସ୍ତଙ୍କ ଅପେକ୍ଷା ।

Intro:Body:

BLANK FOR LINK 

Conclusion:
Last Updated : Aug 5, 2019, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.