ETV Bharat / bharat

ବଢିଲା ଗୃହବନ୍ଦୀ ଅବଧି, ସର୍ତ୍ତ ମାନିବାକୁ ନାରାଜ ଓମାର-ମେହବୁବା

ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଗୃହବନ୍ଦୀରୁ ମୁକ୍ତ  କରିବା ପାଇଁ ଦିଆଯାଇଥିବା ସର୍ତ୍ତ ମୂଳକ ପ୍ରସ୍ତାବକୁ ସେମାନେ ଆଗ୍ରହ୍ୟ କରିଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Aug 27, 2019, 7:37 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଗୃହବନ୍ଦୀରୁ ମୁକ୍ତ କରିବା ପାଇଁ ପ୍ରଶାସନ ସେମାନଙ୍କୁ ଦେଇଛି ସର୍ତ୍ତ ମୂଳକ ପ୍ରସ୍ତାବକୁ । ହେଲେ ଏହାକୁ ଉଭୟ ଆଗ୍ରହ୍ୟ କରିଦେଇଛନ୍ତି । ଯାହାପରେ ପ୍ରଶାସନ ସେମାନଙ୍କ ଗୃହବନ୍ଦୀ ଅବଧିକୁ ଆହୁରି ବୃଦ୍ଧି କରିଛନ୍ତି ।

ସୂଚନା ମୁତାବକ, ଘାଟିରେ ବିରୋଧ ପ୍ରଦର୍ଶନ ଏବଂ ହିଂସା ସୃଷ୍ଟି କରିବା ପାଇଁ ସମର୍ଥନଙ୍କୁ ପ୍ରବର୍ତ୍ତାଇବା ଭଳି ଘଟଣାରୁ ନିବୃତ୍ତ ରହିବା ସର୍ତ୍ତରେ ସେମାନଙ୍କୁ ଗୃହବନ୍ଦୀରୁ ମୁକ୍ତି ମିଳିବ ବୋଲି ରାଜ୍ୟପାଳ କହିଥିଲେ । କିନ୍ତୁ ଉଭୟ ଏହି ପ୍ରସ୍ତାବକୁ ଗ୍ରହଣ କରି ନଥିବା ଜଣା ପଡିଛି । ଜମ୍ମୁ-କଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସେଠାରେ ଚାପା ଉତ୍ତେଜନା ରହିଛି ।

ଉଭୟ ନେତାଙ୍କୁ ଚଳିତ ମାସ 4 ତାରିଖ ବିଳମ୍ବିତ ରାତ୍ରିରୁ ଗୃହବନ୍ଦୀ ଭାବରେ ରଖାଯାଇଛି । ପ୍ରାରମ୍ଭରେ ଉଭୟଙ୍କୁ ହରୀ ନିବାସ ଗେଷ୍ଟ ହାଉସରେ ଏକତ୍ର ରଖାଯାଇଥିଲା । କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ସେମାନଙ୍କୁ ପୃଥକ ପୃଥକ ଗେଷ୍ଟ ହାଉସକୁ ସ୍ଥାନାନ୍ତରିତ କରାଗଲା । ତେବେ ଓମାର ଗୃହବନ୍ଦୀ ରହି ମଧ୍ୟ ଜମ୍ମୁ-କାଶ୍ମୀର ସ୍ଥିତି ଉପରେ ନଜର ରଖିଥିବା ଜାଣିବାକୁ ମିଳିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.