ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରଦ୍ଦ ହେଲା ଅମରନାଥ ଯାତ୍ରା । ଯାତ୍ରାକୁ ରଦ୍ଦ କରିବା ସହ ଯାତ୍ରୀଙ୍କୁ ତୁରନ୍ତ କାଶ୍ମୀର ଛାଡିବାକୁ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି ।
ଶୁକ୍ରବାର ଜାରି ହୋଇଥିବା ନୋଟିସରେ ରାଜ୍ୟରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁଇନ୍ଦାକୁ ସୂଚନା ମିଳିଛି । ଖୁବଶୀଘ୍ର ତୀର୍ଥଯାତ୍ରୀଙ୍କୁ ରାଜ୍ୟ ଛାଡିବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।