ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭାରୀତୀୟ ଜନତା ପାର୍ଟିରୁ ଦଳୀୟ ନେତାଙ୍କ ଇସ୍ତଫା ଧାରା ଜାରି ରହିଛି । ଆଜି ପୁଣି ଥରେ ଦଳର 4 ନେତା ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ନେତା ଦଳ ଛାଡିଛନ୍ତି । ତେବେ ନେତାଙ୍କ ଇସ୍ତଫା ସେତେବେଳେ ଆସୁଛି ଯେତେବେଳେ ଜଣେ ପରେ ଜଣେ ନେତାଙ୍କୁ ଆତଙ୍କବାଦୀ ହତ୍ୟା କରୁଛନ୍ତି ।
ମଧ୍ୟ କାଶ୍ମୀରର ବଡଗାମ ଜିଲ୍ଲାରେ ଆଜି ଆତଙ୍କବାଦୀ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ଅନ୍ଯ ନେତା ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଆତଙ୍କବାଦୀ ବିଜେପି କାର୍ଯ୍ୟକର୍ତ୍ତା ଅବଦ୍ଦୁଲ ହମିଦ ନଜରଙ୍କୁ ହତ୍ୟା କରିଛନ୍ତି । ଗତ କିଛି ମାସ ଧରି ଜମ୍ମୁ ଓ ଘାଟି ଅଞ୍ଚଳରେ ସୁଯୋଗ ଦେଖି ଆତଙ୍କବାଦୀ ବିଜେପି ନେତାଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି । ଅଗଷ୍ଟ 6 ରେ କୁଲଗାମ ଜିଲ୍ଲାର କାଜିଗୁଣ୍ଡ ବ୍ଲକର ବେସୁ ଗ୍ରାମ ପଞ୍ଚାୟତର ସରପଞ୍ଚ ସଜାଦ ଅହମ୍ମଦଙ୍କୁ ହତ୍ୟା କରିଥିଲେ ।
ଆତଙ୍କିଙ୍କ ଏହି ଆତଙ୍କ ଦେଖି ଏବେ ବିଜେପିରୁ ଇସ୍ତଫା ଦେବା ଉଚ୍ଚିତ ମଣୁଛନ୍ତି ଦଳୀୟ ନେତା । ଯାହା ବିଜେପି ସମେତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଶକ୍ତ ଝଟକା ଦେଇଛି । ଏହାକୁ ନେଇ ଜମ୍ମୁ କାଶ୍ମୀର ବିଜେପି ସଭାପତି ରବିନ୍ଦ୍ର ରାଇନା କେନ୍ଦ୍ରୀୟ ନେତୃବର୍ଗଙ୍କୁ ଅବଗତ କରିବା ସହ ରାଜ୍ୟ ଦାୟିତ୍ବରେ ଥିବା ରାମ ମାଧବ ଓ ଅନ୍ୟନେତାଙ୍କୁ ଜଣାଇଛନ୍ତି । ଏହାସହ ଘଟଣାକୁ ନେଇ କେନ୍ଦ୍ର ସରକାର ମଧ୍ୟ ସୁରକ୍ଷା ବୈଠକ ଡାକିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ