ETV Bharat / bharat

ଘାଟିରେ ହିଂସା ଭିଆଉଛନ୍ତି, ପିଲାଙ୍କୁ ବିଦେଶରେ ଛାଡିଛନ୍ତି

ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ନେତା ହଙ୍ଗାମା କରୁଥିବା ବେଳେ ସେମାନଙ୍କର ପିଲାମାନେ ବିଦେଶରେ ପାଠ ପଢୁଛନ୍ତି । ୧୧୨ଜଣ ବିଚ୍ଛିନ୍ନତାବାଦୀଙ୍କ ପିଲାମନେ ବିଦେଶରେ ପାଠ ପଢୁଛନ୍ତି କିମ୍ବା ସେଠାରେ ରହୁଛନ୍ତି । ଯାହାର ଏକ ରିପୋର୍ଟ ସାମ୍ନାକୁ ଆସିଛି ।

author img

By

Published : Jul 5, 2019, 9:35 AM IST

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ

ଶ୍ରୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କିଛିଦିନ ତଳେ ରାଜ୍ୟସଭାରେ ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ହଙ୍ଗାମା କରୁଥିବା ବେଳେ ସେମାନଙ୍କର ପିଲାମାନେ ବିଦେଶରେ ପାଠ ପଢୁଛନ୍ତି । ଶାହଙ୍କ ଏହି କଥା ସତ୍ୟ ପ୍ରମାଣିତ ହୋଇଛି ।

ଏକ ତଥ୍ୟ ମୁତାବକ ୧୧୨ ବିଚ୍ଛିନ୍ନତାବାଦୀଙ୍କ ପିଲାମାନେ ବିଦେଶରେ ପାଠ ପଢୁଛନ୍ତି କିମ୍ବା ସେଠାରେ ରହୁଛନ୍ତି । ଏଥିରେ ଅନେକ ହୁରିୟତ ନେତା ମଧ୍ୟ ସାମିଲ ଅଛନ୍ତି । ଗୃହ ମନ୍ତ୍ରଣାଳୟ ସୂତ୍ର ମୁତାବକ ପ୍ରାୟ ସମସ୍ତ ବଡ଼ ନେତାଙ୍କ ପରିବାରର ଯେ କୌଣସି ସଦସ୍ୟ ବିଦେଶରେ ରହୁଛନ୍ତି ।

ଏହି ବିଚ୍ଛିନ୍ନତାବାଦୀ ନେତା ସ୍କୁଲ ପିଲାଙ୍କୁ ପଥର ଫିଙ୍ଗିବା ପାଇଁ ଉସୁକାଉଛନ୍ତି ଏବଂ ବଳପୂର୍ବକ ସ୍କୁଲ ବନ୍ଦ କରୁଛନ୍ତି । ଯାହାର ପିଲାମାନେ ବିଦେଶରେ ପଢୁଛନ୍ତି କିମ୍ବା ରହୁଛନ୍ତି ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ଆସନ୍ତୁ ଜାଣିବା

1. ତେହରିକ-ଇ-ହୁରିୟତର ଚେୟାରମ୍ୟାନ ଅଶରଫ ସେହରାଇର ୨ ଟି ପିଲା ଖାଲିଦ ଓ ଆବିଦ ଅଶରଫ ସାଉଦି ଆରବରେ କାମ କରନ୍ତି ଏବଂ ସେଠାରେ ବାସ କରନ୍ତି ।

2. ଜମାତ-ଇ-ଇସଲାମୀର ସଦର ଗୁଲାମ ମହମ୍ମଦ ବଟର ପୁଅ ସାଉଦି ଆରବରେ ଡାକ୍ତର ଅଛନ୍ତି ।

3. ଦୁଖତରାମ-ଇ-ମିଲ୍ଲତର ମୁଖ୍ୟ ଆସିଆ ଅନ୍ଦ୍ରାବିର ୨ ପୁତ୍ର ଅଷ୍ଟ୍ରେଲିଆରେ ପାଠ ପଢୁଛନ୍ତି ।

4. ସୈୟଦ ଅଲୀ ଶାହା ଗିଲାନୀଙ୍କ ପୁତ୍ର ନିଲମ ଗିଲାନୀ ପାକିସ୍ତାନରେ ଏମବିବିଏସ ପଢୁଛି ।

5. ୟୁରିୟତ ନେତା ମୀରବାଇଜ ଉମର ଫାରୁକର ଭଉଣୀ ରାବିଆ ଫାରୁକ ଆମେରିକାରେ ବାସ କରୁଛି ।

6. ବିଲାଲ ଲୋନଙ୍କ ଝିଅ-ଜ୍ଵାଇଁ ବ୍ରିଟେନରେ ଅଛନ୍ତି ଏବଂ ତାଙ୍କର ଛୋଟ ଭଉଣୀ ଅଷ୍ଟ୍ରେଲିଆରେ ପଢୁଛନ୍ତି ।

ଏପରି ବହୁ ସଂଖ୍ୟକ ବିଚ୍ଛିନ୍ନତାବାଦୀଙ୍କ ପିଲାମାନେ ବିଦେଶକୁ ପଳାଇଛନ୍ତି । ସେଠାରେ କିଏ ବାସ କଲାଣି ତ ଆଉ କିଏ ରୋଜଗାର କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.