ETV Bharat / bharat

ଜମ୍ମୁ କାଶ୍ମୀରରେ ହିଜୁବୁଲର ଜଣେ ଆତଙ୍କବାଦୀ ଗିରଫ - hizbul terrorist arrest

ହିଜବୁଲର ଜଣେ ଆତଙ୍କବାଦୀକୁ ଗିରଫ କରିଛି ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ । ଚିକିତ୍ସା ସମୟରେ ହସ୍ପିଟାଲରୁ ଗିରଫ କଲା ସେନା । ଅଧିକ ପଢନ୍ତୁ...

ଜମ୍ମୁକାଶ୍ମୀରେ ହିଜୁବୁଲର ଜଣେ ଆତଙ୍କବାଦୀ ଗିରଫ

author img

By

Published : Jun 18, 2020, 4:05 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ ସଫଳତା । ଆତଙ୍କବାଦୀ ସଂଗଠନରେ ଯୋଗଦେବା ପାଇଁ କିଛି ଦିନ ପୂର୍ବରୁ ଘରୁ ପଳାଇଥିବା ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଇମ୍ରାନ ନବୀକୁ ଅନନ୍ତନାଗରୁ ସୁରକ୍ଷା ବାହିନୀ ଗିରଫ କରିଛି।

ଏମଏସସି କରିଥିବା ଇମ୍ରାନ ତାଙ୍କ ପରିବାର ସଦସ୍ୟଙ୍କୁ ଫୋନ କରି ଏହି ସଂଗଠନରେ ଯୋଗଦେବା ବିଷୟରେ ଜଣାଇଥିଲେ । ପରେ ତାଙ୍କୁ ନିରନ୍ତର ଖୋଜା ଚାଲିଥିଲା। କୌଣସି ଏକ ହିଂସାରେ ଇମ୍ରାନ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଯେଉଁଠାରେ ତାଙ୍କୁ ସୁରକ୍ଷା ବାହିନୀ ଗିରଫ କରିଥିଲା। ତାଙ୍କ ନିକଟରୁ ଏକ ପିସ୍ତଲ ଏବଂ କିଛି ଗୁଳି ମଧ୍ୟ ଜବତ କରାଯାଇଛି।

ସୂଚନା ମୁତାବକ, ଗତ କିଛି ଦିନ ମଧ୍ୟରେ ସୁରକ୍ଷା ବାହିନୀ ଦ୍ବାରା 27 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଯେଉଁ କାରଣରୁ ଆତଙ୍କବାଦୀମାନେ ବର୍ତ୍ତମାନ ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିବା ଜମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଦିଲବାଗ ସିଂ ଏହି ସୂଚନା ଦେଇଛନ୍ତି। ସିଂ କହିଛନ୍ତି, ''କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ଆମେ ଗତ 16 ରୁ 17 ଦିନ ମଧ୍ୟରେ 27 ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛୁ। ଏହି ଆତଙ୍କବାଦୀମାନେ ଲଶ୍କର-ଏ-ତୈଇବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନଙ୍କ ସହ ଜଡିତ ଥିଲେ। ସେମାନେ ବର୍ତ୍ତମାନ ପ୍ରତିଶୋଧ ପରାୟଣ ହୋଇ ହୋଇ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି''।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.