ETV Bharat / bharat

କାଶ୍ମୀର ସରପଞ୍ଚ ଅନୀଲ ପଣ୍ଡିତଙ୍କ ହତ୍ୟା ପଛରେ ହିଜବୁଲ ମୁଜାହିଦ୍ଦିନର ହାତ - jammu and kashmir sarpanch killing case solved

ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ କାଶ୍ମୀର ପଣ୍ଡିତ ସରପଞ୍ଚ ଅନୀଲ ପଣ୍ଡିତାଙ୍କ ହତ୍ୟାକାଣ୍ଡର ସମାଧାନ ହୋଇଥିବା ନେଇ ଜାମ୍ମୁ କାଶ୍ମୀର ପୋଲିସ ଦାବି କରିଛି । କାଶ୍ମୀର ପୋଲିସର ଆଇଜି ବିଜୟ କୁମାରଙ୍କ ଅନୁଯାୟୀ ଏହି ହତ୍ୟାକାଣ୍ଡରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ହାତ ଥିଲା ।

sarpanch killing case solved
କାଶ୍ମୀର ସରପଞ୍ଚ ଅନୀଲ ପଣ୍ଡିତା ହତ୍ୟା ଘଟଣା
author img

By

Published : Jun 16, 2020, 8:37 PM IST

ଜମ୍ମୁ: ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ କାଶ୍ମୀର ପଣ୍ଡିତ ସରପଞ୍ଚ ଅନୀଲ ପଣ୍ଡିତଙ୍କ ହତ୍ୟାକାଣ୍ଡର ସମାଧାନ ହୋଇଥିବା ନେଇ ଜାମ୍ମୁ କାଶ୍ମୀର ପୋଲିସ ଦାବି କରିଛି । କାଶ୍ମୀର ପୋଲିସର ଆଇଜି ବିଜୟ କୁମାରଙ୍କ ଅନୁଯାୟୀ ଏହି ହତ୍ୟାକାଣ୍ଡରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ହାତ ଥିଲା । ତେବେ ଏହି ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ମାରିଦିଆଯାଇଥିବା ସୂଚନା ମିଳିଛି ।

ପୋଲିସର ସୂଚନାନୁସାରେ, ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଜୁନ 8ରେ 42 ବର୍ଷିୟ ଅନିଲଙ୍କୁ ଜଣେ ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାର ଅନୁସନ୍ଧାନରେ ପୋଲିସ କିଛି ଫଟୋଗ୍ରାଫ ମାଧ୍ୟମରେ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଥିଲା। ଏହି ଆତଙ୍କବାଦୀ ଜଣକ ଉମର ହସନ ଭଟ୍ଟ ବୋଲି ଚିହ୍ନଟ କରାଯାଇଥିଲା। ଉମର, ହିଜବୁଲ ମୁଜାହିଦ୍ଦିନ ସହ ଜଡିତ । 13 ଜୁନରେ ନିପୋରା କାଜିଗୁଣ୍ଡରେ ଉମର ଓ ତା ସହଯୋଗୀ ଜାଭେଦ ଭଟ୍ଟକୁ ଏନକାଉଣ୍ଟର କରାଯାଇଛି । ତେବେ ତା ନିକଟରୁ ଏକ ପିସ୍ତଲ ମଧ୍ୟ ଜବତ କରାଯାଇଛି ଓ ଏହାକୁ ଫୋରେନସିକ୍ ତଦନ୍ତ ପାଇଁ ପଠାଯାଇଛି।

କାଶ୍ମୀର ଆଇଜିଙ୍କ ଅନୁସାରେ, ଏହି ପିସ୍ତଲର ବାଲିଷ୍ଟିକ୍ ରିପୋର୍ଟ ପରେ ପୁରା ମାମଲାକୁ ଉପସ୍ଥାପନ କରାଯିବ। ସେ ନିଶ୍ଚିତ ଯେ ହତ୍ୟାକାଣ୍ଡରେ ଏହି ପିସ୍ତଲ ବ୍ୟବହାର କରାଯାଇଥିଲା। ଅନିଲ କଂଗ୍ରେସ ପାର୍ଟି ସହ ଜଡିତ ଥିଲେ ଓ ଅନନ୍ତନାଗର ଲାର୍କିପୋରାର ଲୋକଭବନ ପଞ୍ଚାୟତର ସରପଞ୍ଚ ଥିଲେ।

ଗତ 10 ବର୍ଷ ମଧ୍ୟରେ କାଶ୍ମୀର ଉପତ୍ୟକାରେ 20ରୁ ଅଧିକ ସରପଞ୍ଚଙ୍କୁ ହତ୍ୟା କରାଗଲାଣି । କିନ୍ତୁ ଗତ ବର୍ଷ ନିର୍ବାଚନ ପରେ ନିର୍ବାଚିତ ହୋଇଥିବା 30 ହଜାରରୁ ଅଧିକ ପଞ୍ଚ ଓ ସରପଞ୍ଚଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପୋଲିସ ହାତ ବଢାଇଛି । ଜାମ୍ମୁ କାଶ୍ମୀର ପୋଲିସର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ପଞ୍ଚ ଓ ସରପଞ୍ଚ ପାଇଁ ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ସ୍ବତନ୍ତ୍ର ସୁରକ୍ଷିତ ଘର ଉପଲବ୍ଧ। ଯେଉଁଠାରେ ସେ ସୁରକ୍ଷିତ ଭାବେ ରହିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.