ETV Bharat / bharat

ଜମ୍ମୁ-କାଶ୍ମୀରରେ ସାଧାରଣ ବର୍ଗକୁ ୧୦% ସଂରକ୍ଷଣ - ସାଧାରଣ ବର୍ଗ

ଜମ୍ମୁ-କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍‌, 2019 କୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି । ବର୍ତ୍ତମାନଠାରୁ ରାଜ୍ୟରେ ଶିକ୍ଷା ସଂସ୍ଥାନ ଏବଂ ସରକାରୀ କାର୍ଯ୍ୟାଳୟରେ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Aug 1, 2019, 3:30 AM IST

ନୂଆଦିଲ୍ଲୀ: ଏଣିକି ଜମ୍ମୁ-କାଶ୍ମୀରରେ ମଧ୍ୟ ଲେଗୁ ହେବ ୧୦ ପ୍ରତିଶତ ସଂରକ୍ଷଣ ନିୟମ । ଜମ୍ମୁ-କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍‌, 2019 କୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି । ତେବେ ବର୍ତ୍ତମାନଠାରୁ ରାଜ୍ୟରେ ଶିକ୍ଷା ସଂସ୍ଥାନ ଏବଂ ସରକାରୀ କାର୍ଯ୍ୟାଳୟରେ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।

କ୍ୟାବିନେଟ୍‌ ନିଷ୍ପତ୍ତିର ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ଜମ୍ମୁ-କାଶ୍ମୀରରେ ଆର୍ଥିକ ଆଧାରରେ ସାଧାରଣ ବର୍ଗକୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ରାଜ୍ୟପାଳ ଶାସନ ଲାଗୁ ହୋଇଛି। ତେଣୁ ରାଜ୍ୟର ଦାୟିତ୍ଵ କେନ୍ଦ୍ର କ୍ୟାବିନେଟ୍ ଉପରେ ନ୍ୟସ୍ତ ଥିବା ସେ କହିଛନ୍ତି।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କ୍ୟାବିନେଟ୍ ସୁପ୍ରିମକୋର୍ଟରେ ଜର୍ଜଙ୍କ ସଂଖ୍ୟା ୩୧ରୁ ବଢାଇ ୩୩ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ କେନ୍ଦ୍ର ସରକାର ମସ୍କୋରେ ମଧ୍ୟ ଇସ୍ରୋର ଏକ ଅଂଶ ଖୋଲିବାକୁ ନିଷ୍ପତ୍ତି ନେଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.