ETV Bharat / bharat

ତଗଲିଗୀ ଜମାତ ମୁଦ୍ଦା ପ୍ରସାରଣ ନେଇ ସୁପ୍ରିମକୋର୍ଟ ପହଞ୍ଚିଲା ଜମିୟତ୍

author img

By

Published : Apr 7, 2020, 10:25 AM IST

ତଗଲିଗୀ ଜମାତ ମୁଦ୍ଦାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରସାରଣ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଜମିୟତ-ଉଲେମା-ଇ -ହିନ୍ଦ୍ । ଏଥିପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଜମିୟତ । ଦିଲ୍ଲୀ ନିଜାମୁଦ୍ଦିନ ସ୍ଥିତ ତବଲିଗୀ ଜମାତର ମରକଜ ମାମଲାର ଟେଲିକାଷ୍ଟ ରୋକିବା ପାଇଁ ସୁପ୍ରିମକୋର୍ଟରେ ଅପିଲ କରାଯାଇଛି ।

jamiat ulema e hind moves SC
ତଗଲିଗି ଜମାତ ମୁଦ୍ଦା ନେଇ ସୁପ୍ରିମକୋର୍ଟ ପହଞ୍ଚିଲା ଜମିୟତ୍

ନୂଆଦିଲ୍ଲୀ: ତଗଲିଗୀ ଜମାତ ମୁଦ୍ଦାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରସାରଣ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଜମିୟତ-ଉଲେମା-ଇ -ହିନ୍ଦ୍ । ଏଥିପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଜମିୟତ । ଦିଲ୍ଲୀ ନିଜାମୁଦ୍ଦିନ ସ୍ଥିତ ତବଲିଗୀ ଜମାତର ମରକଜ ମାମଲାର ଟେଲିକାଷ୍ଟ ରୋକିବା ପାଇଁ ସୁପ୍ରିମକୋର୍ଟରେ ଅପିଲ କରାଯାଇଛି ।

ତବଲିଗୀ ଜମାତ ମୁଦ୍ଦାକୁ ନେଇ ମୁସଲମାନଙ୍କୁ ବଦନାମ କରାଯାଉଛି ବୋଲି ଜମିୟତ କହିଛି । ପ୍ରିଣ୍ଟ ଓ କିଛି ମିଡିଆ ମୁସଲମାନଙ୍କୁ ଭୁଲ୍ ଭାବରେ ସମାଜରେ ଉପସ୍ଥାପନା କରୁଛି । ଭୁଲ୍ ତଥ୍ୟ ଓ ସାମ୍ପ୍ରଦାୟିକ ଘୃଣା ପରିବେଷଣ କରୁଥିବା ଗଣମାଧ୍ୟମ ବିରୋଧରେ କେନ୍ଦ୍ର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଯାଚିକାରେ ଉଲ୍ଲେଖ ରହିଛି ।

ମୁସଲମାନଙ୍କୁ ଭୁଲ୍ ଭାବରେ ଉପସ୍ଥାପନା କରାଯାଉଥିବା କାରଣରୁ ସେମାନଙ୍କ ସ୍ବତନ୍ତ୍ରତା ଉପରେ ଗମ୍ଭୀର ଆଘାତ ସୃଷ୍ଟି କରୁଛି ତେଣୁ ଏହା କାରଣରୁ ସମ୍ବିଧାନର ଧାରା 21କୁ ଉଲ୍ଲଂଘନ କରାଯାଉଛି ବୋଲି ଯାଚିକାରେ କୁହାଯାଇଛି । ପ୍ରକାଶଥାଉକି, ଦିଲ୍ଲୀ ମରକଜରେ ହୋଇଥିବା ତବଲିଗୀ ଜମାତରେ ହଜାର ହଜାର ମୁସଲିମ୍ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ହିଁ କୋରୋନା ସଂକ୍ରମଣ ଅଧିକ ବ୍ୟାପିଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.