ETV Bharat / bharat

ଅଯୋଧ୍ୟା ମାମଲା: ପୁନଃବିଚାର ପାଇଁ ଜମିୟତ୍-ଉଲେମା-ଏ-ହିନ୍ଦର ଯାଚିକା ଦାଖଲ - review petition in the Supreme Court

ଅଯୋଧ୍ୟା ମାମଲାର ପୁନଃବିଚାର ପାଇଁ ସୋମବାର 217 ପୃଷ୍ଠା ବିଶିଷ୍ଟ ଏକ ଯାଚିକା ଦାଖଲ କରିଛି ଜମିୟତ୍-ଉଲେମା-ଏ-ହିନ୍ଦ ସହ ଜଡିତ ମୌଲନା ଅଶଦ ରଶୀଦ। ଦାଖଲ ହୋଇଥିବା ଯାଚିକାରେ ସୁପ୍ରିମକୋର୍ଟଙ୍କ ସମ୍ପୂର୍ଣ୍ଣ ରାୟକୁ ବିରୋଧ କରାଯାଇନାହିଁ।

Jamiat Ulema A Hind filed a review petition
ଫାଇଲ ଫଟୋ
author img

By

Published : Dec 2, 2019, 7:53 PM IST

ନୂଆଦିଲ୍ଲୀ: ଦେଶର ବହୁଚର୍ଚ୍ଚିତ ମାମଲା ଅଯୋଧ୍ୟା ଜମି ବିବାଦର ରାୟ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରକାଶ ପାଇଛି । ଏ ମାମଲାର ପୁନଃବିଚାର ପାଇଁ ଜମିୟତ୍-ଉଲେମା-ଏ-ହିନ୍ଦ ପକ୍ଷରୁ ଯାଚିକା ଦାଖଲ କରାଯାଇଛି । ସୋମବାର 217 ପୃଷ୍ଠା ବିଶିଷ୍ଟ ଏହି ଯାଚିକାକୁ ଦାଖଲ କରିଛନ୍ତି ଏହି ସଙ୍ଗଠନ ସହ ଜଡିତ ମୌଲନା ଅଶଦ ରଶୀଦ ।

ବିବାଦୀୟ ଜମିରେ ନମାଜ ପାଠ ପଢାଯାଉଥିବା କଥା ଉଚ୍ଚ ନ୍ୟାୟାଳୟ ସ୍ବୀକାର କରିଥିଲେ ମଧ୍ୟ ମୁସଲମାନଙ୍କୁ ବିବାଦୀୟ ଜମିରୁ ବହିଷ୍କୃତ କରିବା ଓ 1949 ମସିହାରେ ଅବୈଧ ଭାବେ ହିନ୍ଦୁ ମୂର୍ତ୍ତି ସ୍ଥାପନା କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କଥା ଯାଚିକାରେ ଉଲ୍ଲେଖ କରାଯାଇଛି ।

ଏନେଇ ମୌଲନା ଅଶଦ ରଶୀଦଙ୍କ କହିବା ଅନୁସାରେ ହିନ୍ଦୁଙ୍କ ଦ୍ବାରା କରାଯାଇଥିବା ଅବୈଧ କାର୍ଯ୍ୟକୁ କ୍ଷମା କରାଯାଇଛି ଓ ବିକଳ୍ପ ରୂପରେ ମୁସଲମାନଙ୍କୁ 5 ଏକର ଜମି ଧରାଇ ଦିଆଯାଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ପୁନଃବିଚାର ଯାଚିକାରେ ସୁପ୍ରିମକୋର୍ଟଙ୍କ ସମ୍ପୂର୍ଣ୍ଣ ରାୟକୁ ବିରୋଧ କରାଯାଇନାହିଁ।

ଅନ୍ୟପକ୍ଷେ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ' ବୋର୍ଡ(AIMPLB) ନଭେମ୍ବର 17ରେ ଆଗକୁ ପୁନଃବିଚାର ଯାଚିକା ଦାଖଲ କରିବ ବୋଲି କହିଥିଲା । ଡିସେମ୍ବର 9 ମଧ୍ୟରେ ଏହି ବୋର୍ଡ ପୁନଃବିଚାର ଯାଚିକା ଦାଖଲ କରିବ । ତେବେ ଅଯୋଧ୍ୟାର ବିବାଦୀୟ ଜମି ଉପରେ ନଭେମ୍ବର9ରେ ରାୟ ଶୁଣାଇଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.