ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ନେଇ ଶନିବାର ମଧ୍ୟ ଜାମିୟା ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଥିଲେ । ବିଶ୍ବବିଦ୍ୟାଳୟ ଗେଟ୍ ବାହାରେ ଛାତ୍ରଛାତ୍ରୀ ପ୍ରତିବାଦ କରିଥିଲେ । ବିଭିନ୍ନ ପୋଷ୍ଟର ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଲଗାଇଥିଲେ । ଅନ୍ୟପକ୍ଷେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ଗିରଫ କରାଯାଇଛି ।
ଶୁକ୍ରବାର ବିନା ଅନୁମତିରେ ଜନ୍ତରମନ୍ତରଠାରେ ଆନ୍ଦୋଳନ କରିଥିଲେ ଚନ୍ଦ୍ର ଶେଖର ଆଜାଦ । ପ୍ରକାଶଥାଉକି, CAA ବିରୁଦ୍ଧରେ ସମ୍ପୂର୍ଣ୍ଣ ଦେଶରେ ପ୍ରଦର୍ଶନ ଚାଲିଛି । ରାଜଧାନୀ ଦିଲ୍ଲୀରେ ଏହାର ସଂଖ୍ୟା ଅଧିକା ରହିଛି । ଶୁକ୍ରବାର ଜାମା ମସଜିଦ୍ ଠାରେ ବଡ ସଂଖ୍ୟାରେ ପ୍ରଦର୍ଶନ କରିଥିଲେ ।