ETV Bharat / bharat

ସ୍ବତନ୍ତ୍ର ବସରେ ଜାମ୍ମୁ-କାଶ୍ମୀର ଗଲେ ହଷ୍ଟେଲରେ ଫସିଥିବା ଜାମିଆ ଛାତ୍ରଛାତ୍ରୀ - ଜାମ୍ମୁ- କାଶ୍ମୀର ଗଲେ ହଷ୍ଟେଲରେ ଫସିଥିବା ଜାମିଆ ଛାତ୍ରଛାତ୍ରୀ

ଏକ ସ୍ୱତନ୍ତ୍ର ବସ୍‌ରେ ଜାମ୍ମୁ କାଶ୍ମୀର ଗଲେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଫସିରହିଥିବା ହଷ୍ଟେଲ ଛାତ୍ରଛାତ୍ରୀ। ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ଘରକୁ ପଠାଯାଇଛି। ଅଧିକ ଖବର ପଢନ୍ତୁ...

jamia
ସ୍ବତନ୍ତ୍ର ବସ ଯୋଗେ ଜାମ୍ମୁ- କାଶ୍ମୀର ଗଲେ ହଷ୍ଟେଲରେ ଫସିଥିବା ଜାମିଆ ଛାତ୍ରଛାତ୍ରୀ
author img

By

Published : May 11, 2020, 10:34 AM IST

ନୂଆଦିଲ୍ଲୀ: ନୋଟିସ ମାଧ୍ୟମରେ ପିଲାଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ। କୋରୋନା ଭାଇରସର ବିସ୍ତାରକୁ ଦୃଷ୍ଟିରେ ସମସ୍ତ ଏକାଡେମୀକ୍ କାର୍ଯ୍ୟ ସ୍ଥଗିତ ଥିବାରୁ ଘରକୁ ଯିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ କର୍ତ୍ତୃପକ୍ଷ । ତେବେ କିଛି ଛାତ୍ରଛାତ୍ରୀ ଘରକୁ ଯାଇଥିବା ବେଳେ ବାକି କିଛି ହଷ୍ଟେଲରେ ଫସି ରହିଥିଲେ। ସୋମବାର ଏହି ଛାତ୍ରଛାତ୍ରୀଙ୍କୁ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ବସ୍‌ରେ ଜାମ୍ମୁ କାଶ୍ମୀରରୁ ପଠାଇ ଦିଆଯାଇଛି।

ବିଶ୍ୱବିଦ୍ୟାଳୟର 2 ଜଣ ଗାର୍ଡ ଯେଉଁମାନେ ସେନାର ଅବସର ପ୍ରାପ୍ତ କର୍ମଚାରୀ ଅଟନ୍ତି ସେମାନେ ମଧ୍ୟ ବସ୍‌ରେ ଛାତ୍ରମାନଙ୍କ ସହିତ ଯାଉଛନ୍ତି । କୋଭିଡ୍ 19 ମହାମାରୀର ପ୍ରସାରକୁ ନେଇ ଦେଶବ୍ୟାପୀ ତାଲାବନ୍ଦ ଥିବାରୁ ଏହି ଛାତ୍ରମାନେ ହଷ୍ଟେଲରେ ଫସି ରହିଥିଲେ ବୋଲି ବିଶ୍ୱବିଦ୍ୟାଳୟ ସୂଚନା ଦେଇଛି। ଦିଲ୍ଲୀ ଫାର୍ମାସ୍ୟୁଟିକାଲ ସାଇନ୍ସ ଏବଂ ରିସର୍ଚ୍ଚ ୟୁନିଭରସିଟି ଯିବା ପୂର୍ବରୁ ଜ୍ୱର ଏବଂ କୋରୋନାଭାଇରସ୍ ସମ୍ବନ୍ଧୀୟ ଅନ୍ୟାନ୍ୟ ଲକ୍ଷଣ ପାଇଁ ଛାତ୍ରଛାତ୍ରୀ ସମେତ ଡ୍ରାଇଭରଙ୍କ ମେଡିକାଲ୍ ସ୍କ୍ରିନିଂ କରାଯାଇଥିଲା। ଏହାସହ ବସକୁ ମଧ୍ୟ ସଠିକ୍ ଭାବେ ସାନିଟାଇଜ୍ କରାଯାଇଛି।

ତେବେ ହଷ୍ଟେଲଗୁଡିକ ଫସି ରହିଥିବା ପିଲାଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କରୁଛି ବୋଲି ସୂଚନା ଦିଆଯାଇଛି। କିନ୍ତୁ ଏହି ସମୟରେ ଛାତ୍ରଛାତ୍ରୀଙ୍କ ସହ ହଷ୍ଟେଲରେ ଥିବା ସେମାନଙ୍କ ସମସ୍ତ ଜିନିଷପତ୍ର ଖାଲି କରିବା ଅସମ୍ଭବ ବୋଲି କୁଳପତିଙ୍କୁ ଚିଠି ଲେଖାଯାଇଛି। ଛାତ୍ରମାନଙ୍କୁ ସେମାନଙ୍କ ହଷ୍ଟେଲ ରୁମ ଖାଲି କରିବାକୁ କହିଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.