ETV Bharat / bharat

ଭିସି ଦ୍ବାରା ବ୍ରିକ୍ସ ବୈଠକରେ ଜୟଶଙ୍କରଙ୍କ ଯୋଗଦାନ - ବ୍ରିକ୍ସ ରାଷ୍ଟ୍ର ସମୂହ

ବ୍ରିକ୍ସ ରାଷ୍ଟ୍ର ସମୂହ ହେଲେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା । 2020 ପାଇଁ ରାଷ୍ଟ୍ରଙ୍କ ପ୍ରତିନିଧିତ୍ବ କରୁଛି ଋଷ । ଅଧିକ ପଢନ୍ତୁ...

ଭିସି ଦ୍ବାରା ବ୍ରିକ୍ସ ବୈଠକରେ ଜୟଶଙ୍କରଙ୍କ ଯୋଗଦାନ

author img

By

Published : Apr 28, 2020, 11:39 PM IST

ନୂଆଦିଲ୍ଲୀ: ମଙ୍ଗଳବାର ସମସ୍ତ ବ୍ରିକ୍ସ ରାଷ୍ଟ୍ରଙ୍କ ମଧ୍ୟରେ କୋରୋନା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିସି ଦ୍ବାରା ସମସ୍ତ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ । ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ ।

ବ୍ରିକ୍ସ ରାଷ୍ଟ୍ର ସମୂହ ହେଲେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା । 2020 ପାଇଁ ରାଷ୍ଟ୍ରଙ୍କ ପ୍ରତିନିଧିତ୍ବ କରୁଛି ଋଷ । ଏନେଇ ବୈଠକରେ ପ୍ରଥମେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ ଉଦବୋଧନ ଦେଇଥିଲେ । କୋରୋନା ଭୂତାଣୁ ସମ୍ପର୍କିତ ସମସ୍ତ ଆଲୋଚନା ବୈଠକରେ ହୋଇଥିଲା ।

ଏହି ବୈଠକରେ ସମସ୍ତ 5ଟି ରାଷ୍ଟ୍ରର ମିଳିତ ପଦକ୍ଷେପ ଓ କୋରୋନା ମୁକାବିଲା ପାଇଁ ନେଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ହୋଇଥିଲା । ଏହାସହ ଆର୍ଥିକ ବ୍ୟବସ୍ଥା ସୁଧାରିବା ପାଇଁ ମଧ୍ୟ ନିଆଯାଉଥିବା ପଦକ୍ଷେପ ଉପରେ ସବୁ ରାଷ୍ଟ୍ର ଆଲୋଚନା କରିଥିଲେ । ଭ୍ୟାକସିନ ନିର୍ମାଣ ନେଇ ସମସ୍ତ ରାଷ୍ଟ୍ର ତ୍ବରିତ ପଦକ୍ଷେପ ନେବାକୁ ରାଜି ହୋଇଥିଲେ । ଜୟଶଙ୍କର ଭାରତ ପକ୍ଷରୁ ନିଆଯାଇଥିବା ସମସ୍ତ ବ୍ୟବସ୍ଥା ଓ ଗବେଷଣା ଉପରେ ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.