ETV Bharat / bharat

ସଞ୍ଜୟ ଜୈନଙ୍କୁ 4 ଦିନିଆ ଏସଓଜି ରିମାଣ୍ଡରେ ପଠାଇଲେ କୋର୍ଟ

author img

By

Published : Jul 18, 2020, 9:13 PM IST

ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ଅଶୋକ ଗେହଲୋଟ ସରକାରଙ୍କୁ ଭାଙ୍ଗିବାକୁ ନେଇ ଏବେ ଏକ ଅଡ଼ିଓ ଟେପ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଏହି ମାମଲାରେ ସଞ୍ଜୟ ଜୈନଙ୍କୁ 4 ଦିନିଆ ରିମାଣ୍ଡରେ ପଠାଯାଇଛି ।

ସଞ୍ଜୟ ଜୈନ
ସଞ୍ଜୟ ଜୈନ

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ଅଶୋକ ଗେହଲୋଟ ସରକାରଙ୍କୁ ଭାଙ୍ଗିବାକୁ ନେଇ ଏକ ଅଡ଼ିଓ ଟେପ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଏହି ମାମଲାରେ ସଞ୍ଜୟ ଜୈନଙ୍କୁ 4 ଦିନିଆ ରିମାଣ୍ଡରେ ପଠାଯାଇଛି । ରାଜସ୍ଥାନର ଏକ କୋର୍ଟ ସଞ୍ଜୟଙ୍କୁ ଏସଓଜି ରିମାଣ୍ଡରେ ପଠାଇଛନ୍ତି ।

ରାଜସ୍ଥାନରେ ବିଧାୟକ କିଣାବିକା ନେଇ ଭାଇରାଲ ହେଉଥିବା ଅଡିଓ ମାମଲାରେ ଶୁକ୍ରବାର ସଞ୍ଜୟ ଜୈନ ଗିରଫ ହୋଇଥିଲେ । ରାଜସ୍ଥାନର ସ୍ପେଶାଲ ଅପରେଶନ୍‌ ଗ୍ରୁପ (ଏସ୍‌ଓଜି) ସଞ୍ଜୟଙ୍କୁ ଜୟପୁରରୁ ଗିରଫ କରିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଭାରତୀୟ ଦଣ୍ଡ ବିଧାନର ଧାରା 124 'କ' ଏବଂ 120 'ଖ' ଆଧାରରେ ଜୈନଙ୍କୁ ଗିରଫ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ ଘୋଡା ବେପାର ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ସୋସିଆଲ ମିଡିଆରେ କିଛି ଅଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସଞ୍ଜୟ ଜୈନ ବିଧାୟକ କିଣା ବିକା ସମ୍ପର୍କରେ କଥା ହେଉଥିଲେ । ଭାଇରାଲ ଅଡିଓରେ ଥିବା ସ୍ବର ସଞ୍ଜୟ ଜୈନ, କଂଗ୍ରେସର ଜଣେ ବିଧାୟକ ଏବଂ ବିଜେପିର ଜଣେ ବରିଷ୍ଠ ନେତାଙ୍କର ବୋଲି କୁହାଯାଉଛି । ତେବେ ସଞ୍ଜୟ ଜୈନ ବିଧାୟକ କିଣା ବିକାରେ ଜଣେ ମଧ୍ୟସ୍ଥି ଭାବରେ କାମ କରିବାକୁ ଚେଷ୍ଟା କରୁଥିଲେ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ପରେ ଜୟପୁର ବାସିନ୍ଦା ସଞ୍ଜୟ ଜୈନଙ୍କୁ 12 ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଏସଓଜି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.