ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ବିରୋଧୀ ମାନେ ତାଙ୍କ ବିଶ୍ବାସ ଉପରେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ମାନବିକତା ହେଉଛି ମୋର ଧର୍ମ ଏବଂ ଲୋକଙ୍କ ପ୍ରତିଶୃତି ପୂରଣ କରିବା ହେଉଛି ମୋର ଜାତି ବୋଲି କହିଛନ୍ତି ।
YSRCP ସରକାର ବିରୋଧରେ ବିରୋଧୀ ବିଭିନ୍ନ ପ୍ରକାରର ଅମୂଳକ ଆରୋପ ଲଗାଉଛନ୍ତି । ଏ ଭଳିକି ମୋର ଜାତି ଓ ଧର୍ମ ବିଷୟରେ ମଧ୍ୟ ଚର୍ଚ୍ଚା କରୁଛନ୍ତି ଯାହା ମୋତେ ବହୁତ କଷ୍ଟ ଦେଇଛି । ମାନବିକତା ମୋର ଧର୍ମ ଓ ଲୋକଙ୍କ ପ୍ରତିଶୃତି ପାଳନ କରିବା ମୋର ଜାତି ବୋଲି ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଅବସରରେ ଜଗନ କହିଛନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କ କାର୍ଯ୍ୟର ସ୍ଥାୟୀ ସମାଧାନ ଓ ପ୍ରତିଶୃତି ରକ୍ଷା କରିବା ପାଇଁ ଗର୍ବ ଅନୁଭବ କରେ ବୋଲି କହିଛନ୍ତି ।
ଲୋକଙ୍କ ମଙ୍ଗଳ ପାଇଁ ପ୍ରତିଜ୍ଞା କରି ଆଗକୁ ବଢିବା ବେଳେ ବିରୋଧୀ ଦଳମାନେ ସରକାରଙ୍କ ବିରୋଧରେ ନକାରାତ୍ମକ ପ୍ରଚାର କରୁଛନ୍ତି । ମୁଁ ଲୋକଙ୍କ ସହ ଅଛି ଏବଂ ତାଙ୍କ ଆଶୀର୍ବାଦରେ ମୋ ବିରୋଧରେ ହେଉଥିବା ସମସ୍ତ ଷଡଯନ୍ତ୍ରକୁ ସାମନା କରିବି ବୋଲି କହିଛନ୍ତି ।
YSRCP ସରକାର ତେଲୁଗୁ ଭାଷା ଅପେକ୍ଷା ଇଂରାଜୀ ଭାଷାକୁ ଅଧିକ ଗୁରତ୍ବ ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟରେ ଦୁଇଟି ଭାଷାକୁ ଗୁରତ୍ବ ଦେବାର ଆବଶ୍ୟକତା ରହିଛି । ଆନ୍ଧ୍ରପ୍ରଦେଶ ବିଜେପି ମୁଖପାତ୍ର ଲଙ୍କା ଦିନାକରମ କହିଛନ୍ତି ଜଗନମୋହନ ରେଡ୍ଡୀ ସରକାର ମାତୃଭାଷା ତେଲୁଗୁର ଗୁରତ୍ବ ବୁଝିବାରେ ଅସମର୍ଥ ।