ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶାସନ ଭାର ସମ୍ଭାଳିବା ପରଠୁ ନେଇ ଆସିଥିବା ବିଭିନ୍ନ ପ୍ରକାର ନିଷ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ।
ଗୋଟିଏ ପଟେ ଜଗନ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନର ଅବୈଧ ଅଂଶ ଭାଙ୍ଗିଥିବା ବେଳେ ଅନ୍ୟପଟେ ଏବେ ନିଜ ଘରେ ହେଲିପ୍ୟାଡ ତିଆରି କରୁଛନ୍ତି । ହେଲିପ୍ୟାଡ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏକ କୋଟି 89 ହଜାର ଅର୍ଥ ଜାରି କରାଯାଇଛି ।
ମୋଟ ସରକାରଙ୍କ ପକ୍ଷରୁ 6 କୋଟି 89 ଲକ୍ଷ ଟଙ୍କା ଜାରି କରାଯାଇଥିବା ବେଳେ ଏହି ଅର୍ଥରେ ହେଲିପ୍ୟାଡ ବ୍ୟତିତ ରାସ୍ତା ଓ ଘରର ଅନ୍ୟ ଅଂଶର କାମ ହେବ ।