ETV Bharat / bharat

ଅପନୀ ପାର୍ଟି ନେତାଙ୍କ ସହ ଶାହଙ୍କ ବୈଠକ - Apni Party leaders meet Amit Shah

ଜମ୍ମୁ-କାଶ୍ମୀରର ଅପନୀ ପାର୍ଟି ନେତା ଅଲତାଫ ବୁଖାରୀଙ୍କ ସହ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜମ୍ମୁ-କାଶ୍ମୀର ଅପନୀ ପାର୍ଟିୀ ନେତାଙ୍କ ସହ ଶାହଙ୍କ ବୈଠକ

author img

By

Published : Mar 15, 2020, 2:49 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅପନୀ ପାର୍ଟି ନେତା ଅଲତାଫ ବୁଖାରୀଙ୍କ ସହ ସାକ୍ଷାତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରବିବାର ଗୃହ ମନ୍ତ୍ରଣାଳୟରେ ଏହି ବୈଠକ କରିଛନ୍ତି ଗୃହମନ୍ତ୍ରୀ । ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଏ.କେ ଭଲା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ବାସଭବନରେ ଜମ୍ମୁ- କାଶ୍ମୀରର ଅପନି ପାର୍ଟିର 24 ଜଣ ସଦସ୍ୟଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କାଶ୍ମୀରରେ ପରିବର୍ତ୍ତନ ଆଣିବା ପାଇଁ 'ଜନବାଗିଦାରୀ' ଉପରେ ଜୋର ଦେବା ଜରୁରୀ ବୋଲି କହିଛନ୍ତି । ତେଣୁ ଏସମ୍ପର୍କରେ ଲୋକମାନଙ୍କୁ ସ୍ବର ଉତ୍ତୋଳନ କରିବା ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉକି ମାର୍ଚ୍ଚ 8 ତାରିଖରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ପାର୍ଟି ଆରମ୍ଭ କରିଥିଲେ ବୁଖାରୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.