ETV Bharat / bharat

‘ଜମ୍ମୁ-କାଶ୍ମୀର ବିଜେପି ଅଧ୍ୟକ୍ଷ ହେବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ'

author img

By

Published : Aug 26, 2019, 5:05 PM IST

ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଜେପି ନେତାଙ୍କ ଭଳି କାମ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ସତ୍ୟପାଲ ମଲ୍ଲିକଙ୍କୁ ଜମ୍ମୁ-କାଶ୍ମୀର ବିଜେପିର ପ୍ରଦେଶ ଅଧ୍ୟକ୍ଷ କରିଦେବା ଉଚିତ ବୋଲି କହିଛନ୍ତି ଅଧୀର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ସେ ବିଜେପି ନେତାଙ୍କ ଭଳି କାମ କରୁଥିବା ଅଭିଯୋଗ ଆଣିଛନ୍ତି ଅଧୀର ରଞ୍ଜନ । ଏହା ସହିତ ସତ୍ୟପାଲ ମଲ୍ଲିକଙ୍କୁ ଜମ୍ମୁ-କାଶ୍ମୀର ବିଜେପିର ପ୍ରଦେଶ ଅଧ୍ୟକ୍ଷ କରିଦେବା ଉଚିତ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସତ୍ୟପାଲ ମଲ୍ଲିକଙ୍କୁ ସମାଲୋଚନା କରି ଅଧୀର ରଞ୍ଜନ କହିଛନ୍ତି, ଜମ୍ମୁ-କାଶ୍ମୀରର ରାଜ୍ୟପାଳଙ୍କୁ ବିଜେପିର ପ୍ରଦେଶ ଅଧ୍ୟକ୍ଷ କରିଦେବା ଉଚିତ । ସେ ସର୍ବଦା ବିଜେପି ନେତାଙ୍କ ଭଳି ଟିପ୍ପଣୀ ଦେଉଛନ୍ତି । ସେ ଯେଉଁଭଳି କଥାବାର୍ତ୍ତା କରନ୍ତି ତାହା ରାଜ୍ୟପାଳଙ୍କ ସମ୍ବିଧାନିକ କାର୍ଯ୍ୟାଳୟର ସତ୍ୟପାଠକୁ ବଜାୟ ରଖୁନାହିଁ ।

ସେ ଆହୁରି କହିଛନ୍ତି, ଜମ୍ମୁ-କାଶ୍ମୀରରେ ସ୍କୁଲ ଏବଂ କଲେଜ ଏବେ ସୁଦ୍ଧା ବନ୍ଦ ରହିଛି । ଲୋକଙ୍କୁ କିଛି କହିବାର ଅନୁମତି ମିଳୁନାହିଁ । ଜମ୍ମୁ-କାଶ୍ମୀର ଯିବାକୁ ଚାହୁଁଥିବା ଲୋକଙ୍କୁ ସେଠାକୁ ଯିବାକୁ ମଧ୍ୟ ଦିଆଯାଉ ନାହିଁ । ତେବେ ଶନିବାର ରାହୁଲ ଗାନ୍ଧୀଙ୍କୁ ଜମ୍ମୁ-କାଶ୍ମୀର ଯିବାକୁ ଅନୁମତି ଦିଆନଯିବା ପରେ ଅଧୀର ରଞ୍ଜନଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଶନିବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାଙ୍କ ସହ ଜମ୍ମୁ-କାଶ୍ମୀରର ସ୍ଥିତି ସମୀକ୍ଷା ପାଇଁ ଯାଇଥିଲେ । କିନ୍ତୁ ପ୍ରଶାସନ ତାଙ୍କୁ ଶ୍ରୀନଗର ବିମାନବନ୍ଦରରୁ ହିଁ ଦିଲ୍ଲୀ ଫେରାଇ ଦେଇଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.