ETV Bharat / bharat

ସୋପିଆନ ଏନକାଉଣ୍ଟରରେ ସଫା ହିଜବ୍ବୁଲର 3 ଦୁର୍ଦ୍ଦାନ୍ତ ଆତଙ୍କୀ

ହିଜବ୍ବୁଲ ମୁଜାହିଦ୍ଦିନର 3 ଆତଙ୍କବାଦୀଙ୍କୁ ସଫା କରିଛନ୍ତି ସୁରକ୍ଷାକର୍ମୀ । ସେମାନେ ହେଲେ ଲତିଫ ଅହମଦ ଦର , ତାରିଖ ଶେଖ ଏବଂ ଶାରିକ ନେନଗୁର ।

author img

By

Published : May 3, 2019, 7:20 PM IST

Updated : May 3, 2019, 8:00 PM IST

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଶୁକ୍ରବାର ହିଜବ୍ବୁଲ ମୁଜାହିଦ୍ଦିନର 3 ଆତଙ୍କବାଦୀଙ୍କୁ ସଫା କରିଛନ୍ତି ସୁରକ୍ଷାକର୍ମୀ । ସେମାନେ ହେଲେ ଲତିଫ ଅହମଦ ଦର , ତାରିଖ ଶେଖ ଏବଂ ଶାରିକ ନେନଗୁର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଆତଙ୍କବାଦୀଙ୍କ ଏନକାଉଣ୍ଟର ପରେ ସ୍ଥାନୀୟ ଲୋକ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ କରିଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାକାର ଇଣ୍ଟରନେଟ ସେବା ବନ୍ଦ କରିବା ସହ ଆକ୍ରମଣକାରୀଙ୍କୁ ରୋକିବା ପାଇଁ ପେଲେଟ ଗନର ବ୍ୟବହାର କରିଥିଲେ ସୁରକ୍ଷାକର୍ମୀ ।

ସୂଚନା ଯୋଗ୍ୟ ଯେ, ସୋପିଆନ ଜିଲ୍ଲାର ଇମାମ ସାହେବ ଅଞ୍ଚଳରେ ଶୁକ୍ରବାର ସକାଳୁ ଆତଙ୍କବାଦୀମାନେ ଲୁଚି ରହିଥବାର ଖବର ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ଅପରେସନରେ ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଥିଲେ 3 ଆତଙ୍କବାଦୀ ।

Intro:Body:

sdsd

Conclusion:
Last Updated : May 3, 2019, 8:00 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.