ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଉପରୁ ହଟିଛି ନଜରବନ୍ଦୀ । ପିଏସଏ(ପବ୍ଲିକ୍ ସେଫ୍ଟି ଆକ୍ଟ) ଆଧାରରେ ତାଙ୍କୁ ନଜରବନ୍ଦୀ ରଖାଯାଇଥିବାବେଳେ ମଙ୍ଗଳବାର ଏହାକୁ ହଟାଇ ଦିଆଯାଇଛି । ଏନେଇ ଜମ୍ମୁକଶ୍ମୀର ସରକାରଙ୍କ ମୁଖ୍ୟପାତ୍ର ରୋହିତ କନସଲ ସୂଚନା ଦେଇଛନ୍ତି ।
ଧାରା 370 ଉଚ୍ଛେଦ ପରେ ଅଗଷ୍ଟ 5 ତାରିଖରୁ ତାଙ୍କୁ ନଜରବନ୍ଦୀ ରଖାଯାଇଥିଲା । ପାଖାପାଖି 7 ମାସରୁ ଅଧିକ ସମୟ ଧରି ସେ ନଜରବନ୍ଦୀରେ ରହିଥିବାବେଳେ ଆଜି ତାଙ୍କୁ ମୁକ୍ତ କରାଯାଇଛି । ତେବେ କୋରୋନା ପାଇଁ ସ୍ଥାନୀୟ ଅଞ୍ଚଳ ଲକ୍ଡାଉନ୍ ଥିବାରୁ ତାଙ୍କୁ କେହି ଭେଟିପାରିବେ ନାହିଁ ବୋଲି ସୂଚନା ମିଳିଛି ।
ପୂର୍ବରୁ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରୁ ମଧ୍ୟ ନଜରବନ୍ଦୀ ହଟାଇଛନ୍ତି ସରକାର । ପୂର୍ବରୁ ଫାରୁକ ଓ ଏବେ ଓମାରଙ୍କ ଉପରୁ ନଜରବନ୍ଦୀ ହଟାଯାଇଥିବାରୁ ଖୁବଶୀଘ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ମଧ୍ୟ ନଜରବନ୍ଦୀରୁ ମୁକ୍ତ କରାଯିବ ବୋଲି ଚର୍ଚ୍ଚା ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ