ଶ୍ରୀନଗର: ଘାଟିରେ ଆତଙ୍କୀ ଦମନ ଅଭିଯାନରେ ସେନାକୁ ସଫଳତା ମିଳିବାରେ ଲାଗୁଛି । ରବିବାର ପୁଣି ଥରେ ସେନାକୁ ବଡ ସଫଳତା ମିଳିଛି । ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଅପରେସନରେ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ସାଧନା ପାସରେ ଏକ ନାର୍କୋ-ଟେରର ମଡ୍ୟୁଲ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି । ଏହାସହ ଅଭିଯୁକ୍ତଙ୍କ ନିକଟରୁ 10 କିଲୋଗ୍ରାମ ବ୍ରାଉନ୍ ସୁଗାର, ବିପୁଳ ପରିମାଣର ଗୁଳିଗୋଳା ଏବଂ ଦୁଇଟି ଗାଡି ଉଦ୍ଧାର କରିଛି।
ଏସଏସପି କୁପୱାଡା ଶ୍ରୀରାମ ଦିନକର କହିଛନ୍ତି, ଏକ ଗୁଇନ୍ଦା ଇନପୁଟ ଆଧାରରେ ଭାରତୀୟ ସେନା, 7 ଆରଆର ଏବଂ କୁପୱାଡା ପୋଲିସ ଏହି ବଡ ସଫଳତା ହାସଲ କରିଛି ।
ନିଶା କାରବାରରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ବିବରଣୀ ହସ୍ତଗତ ହୋଇଛି। ସେମାନଙ୍କୁ ଚିହ୍ନଟ କରାଯାଇଛି। ଉଭୟ ବଙ୍ଗୀର ଅହମ୍ମଦ ଶିଖ ଏବଂ ଅବଦୁଲ ଆମୀର ଶେଖ, ଉଭୟ ଟଙ୍ଗଧରର ବାସିନ୍ଦା । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରାୟ 50 କୋଟି ଟଙ୍କା ମୂଲ୍ୟର ପ୍ରାୟ 10 କିଲୋଗ୍ରାମ ନିଶା ସାମଗ୍ରୀ ସେମାନଙ୍କ ନିକଟରୁ ଉଦ୍ଧାର କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କ ନିକଟରୁ 1 AK-47 ରାଇଫଲ, 2 ଚିମା ପିସ୍ତଲ, 4ଟି ପିସ୍ତଲ ମାଗାଜିନ, 20 ଟି ଗ୍ରେନେଡ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।
ଅଧିକାରୀଙ୍କ କହିବାନୁସାରେ, ଏହି ଦୁଇ ଜଣଙ୍କ ବ୍ୟତୀୟ ଆଉ ଜଣେ ତୃତୀୟ ବ୍ୟକ୍ତି ଥିଲେ, ଯିଏକି ଗାଡି ଚଲାଉଥିଲେ | ସେନା, ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଦ୍ବାରା ଏହି ଅପରେସନକୁ ସଫଳ କରାଯାଇଛି ।
ଅଧିକାରୀଙ୍କ ଅନୁଯାୟୀ ଏହି ମାମଲାରେ ସମ୍ପୃକ୍ତ ଥିବା ଅଧିକ ଅଭିଯୁକ୍ତ ଗିରଫ ହୋଇପାରନ୍ତି ।