ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ପାଇଁ ହେଲ୍ପଲାଇନ ସେଣ୍ଟର ପ୍ରତିଷ୍ଠା କଲା IYC

author img

By

Published : May 9, 2020, 3:15 PM IST

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଆନ୍ତଃ ରାଜ୍ୟ ଭ୍ରମଣକୁ ଅନୁମତି ମିଳିବା ପରେ ଭାରତୀୟ ଯୁବ କଂଗ୍ରେସ (ଆଇୱାଇସି) ସାରା ଦେଶରେ ଏକ ହେଲ୍ପଲାଇନ ସେଣ୍ଟର ପ୍ରତିଷ୍ଠା କରିଛନ୍ତି । ଯେଉଁଥିରେ ସେମାନେ ପ୍ରବାସୀ ଶ୍ରମିକ ମାନଙ୍କୁ ଫର୍ମ ପୂରଣ ଏବଂ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟର ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିବେ ।

helpline centre
ପ୍ରବାସୀ ଶ୍ରମିକଙ୍କ ପାଇଁ ହେଲ୍ପଲାଇନ ସେଣ୍ଟର ପ୍ରତିଷ୍ଠା କଲେ ଆଇୱାଇସି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଆନ୍ତଃ ରାଜ୍ୟ ଭ୍ରମଣକୁ ଅନୁମତି ମିଳିବା ପରେ ଭାରତୀୟ ଯୁବ କଂଗ୍ରେସ (ଆଇୱାଇସି) ସାରା ଦେଶରେ ଏକ ହେଲ୍ପଲାଇନ ସେଣ୍ଟର ପ୍ରତିଷ୍ଠା କରିଛନ୍ତି । ଯେଉଁଥିରେ ସେମାନେ ପ୍ରବାସୀ ଶ୍ରମିକ ମାନଙ୍କୁ ଫର୍ମ ପୂରଣ ଏବଂ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟର ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିବେ ।

ଆଇୱାଇସି ମୁଖ୍ୟ ବି.ଭି ଶ୍ରୀନିବାସ କହିଛନ୍ତି, ରେଲୱେ ବୁକିଂ ପାଇଁ ପ୍ରବାସୀ ଶ୍ରମିକମାନଙ୍କୁ ଅନଲାଇନ୍ ଫର୍ମ ପୂରଣ କରିବାରେ ସାହାଯ୍ୟ କରି ଆମେ ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ ସ୍ତରରେ ହେଲ୍ପଲାଇନ ନମ୍ବର ଜାରି କରିଛୁ । ଯାହା ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଟ୍ରେନ ଯାତ୍ରାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ।

ଏଥିସହ ସେ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ, ଆଜି ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ କମ୍ କରିବା ପାଇଁ ଆମେ ଯାହା କିଛି କରିପାରିବୁ ସେଥିପାଇଁ ପ୍ରତିଶ୍ରୁତିବଦ୍ଧ। ଆଇୱାଇସିର ଜାତୀୟ ଗଣମାଧ୍ୟମ ଦାୟିତ୍ୱରେ ଥିବା ଅମ୍ରେଶ ରଞ୍ଜନ ପାଣ୍ଡେ କହିଛନ୍ତି, ଲକଡାଉନ କାରଣରୁ ବହୁ ପ୍ରବାସୀ ଶ୍ରମିକ ଗତ କିଛି ଦିନ ହେବ ରାସ୍ତାରେ ଅଟକି ରହିଛନ୍ତି। ଏହି ସମୟରେ ଆଇୱାଇସି ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ସଦା ସର୍ବଦା ରହିଆସିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.