ETV Bharat / bharat

କୃଷି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ସୁଖବୀର କହିଲେ- ଭାରତ ପାଇଁ କଳା ଦିନ

କୃଷି ସମ୍ବନ୍ଧୀୟ 3ଟି ବିଲକୁ ମଞ୍ଜୁରୀ ପରେ ଆଜିର ଦିନକୁ ଭାରତ ପାଇଁ କଳା ଦିନର ଆଖ୍ୟା ଦେଇଛନ୍ତି ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ । ଅଧିକ ପଢନ୍ତୁ...

author img

By

Published : Sep 27, 2020, 10:46 PM IST

କୃଷି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ସୁଖବୀର କହିଲେ- ଭାରତ ପାଇଁ କଳା ଦିନ
କୃଷି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ସୁଖବୀର କହିଲେ- ଭାରତ ପାଇଁ କଳା ଦିନ

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ପ୍ରଦର୍ଶନ ମଧ୍ୟରେ କୃଷି ସମ୍ବନ୍ଧୀୟ 3ଟି ବିଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏବେ ଏହି ବିଲ ଆଇନରେ ପରିଣତ ହୋସାରିଛି । ବିଲ ଉପରେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ଆଜିର ଦିନକୁ ଭାରତ ପାଇଁ କଳା ଦିନ ବୋଲି କହିଛନ୍ତି ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ।

ସୁଖବୀର ବାଦଲ କହିଛନ୍ତି ଯେ ଭାରତ ପାଇଁ ପ୍ରକୃତରେ କଳା ଦିନ । ରାଷ୍ଟ୍ରପତି ଦେଶର ବିବେକ ଅନୁରୂପ କାର୍ଯ୍ୟ କରିବାକୁ ମନା କରି ଦେଇଛନ୍ତି। ଅକାଳୀ ଦଳ ଏବଂ ଅନ୍ୟ କେତେକ ବିରୋଧୀ ଦଳର ଦାବି ଅନୁଯାୟୀ ସେ ପୁନର୍ବିଚାର ପାଇଁ ସଂସଦକୁ ଏହି ବିଲ୍ ପ୍ରତ୍ୟାହାର କରିବେ ବୋଲି ଆଶା ବ୍ୟକ୍ତ କରିଥିବା କହିଛନ୍ତି ସୁଖବୀର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.