ETV Bharat / bharat

ଆମେଥି ଦେଖିଲା ନୂଆ ସକାଳ: ସ୍ମୃତି ଇରାନୀ - amethi

କଂଗ୍ରେସ ଗଡରେ ବିପୁଳ ବିଜୟ ପରେ ସ୍ମୃତି ଇରାନୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି 'ଆମେଥି ପାଇଁ ଏହା ନୂଆ ସକାଳ'। ତାଙ୍କ ପ୍ରତି ଆମେଥି ବାସୀଙ୍କ ଯେଉଁ ବିଶ୍ବାସ ଓ ଭରଷା ରହିଛି ତାହାକୁ ସେ ଅତୁଟ ରଖିବେ ।

ଫାଇଲ ଫଟୋ
author img

By

Published : May 24, 2019, 1:10 PM IST

ଭୋପାଳ: କଂଗ୍ରେସ ଗଡରେ ବିପୁଳ ବିଜୟ ପରେ ସ୍ମୃତି ଇରାନୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି 'ଆମେଥି ପାଇଁ ଏହା ନୂତନ ସକାଳ'। ତାଙ୍କ ପ୍ରତି ଆମେଥି ବାସୀଙ୍କ ଯେଉଁ ବିଶ୍ବାସ ଓ ଭରଷା ରହିଛି ତାହାକୁ ସେ ଅତୁଟ ରଖିବେ । ଏହାପରେ ସ୍ମୃତି ଟ୍ବିଟ କରି ଆମେଥି ବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ''ଫିର ଏକ ବାର ମୋଦି ସରକାର , ବିଜୟ ଭାରତ'' ବୋଲି ଲେଖିଛନ୍ତି ।

ଏହା ପରେ ସ୍ମୃତି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗୋଟିଏ ପଟେ ପରିବାର ଓ ଅନ୍ୟପଟେ ସଙ୍ଗଠନ ଯେଉଁଠି ସେ ପରିବାର ଭଳି କାର୍ଯ୍ୟକରିଛନ୍ତି । ଏହି ବିଜୟର ଶ୍ରେୟ ସଙ୍ଗଠନର ପ୍ରତ୍ୟେକ ସଦସ୍ୟଙ୍କୁ ଯାଉଛି । ଏହାସହ କେରଳ ଓ ପଶ୍ଚିମବଙ୍ଗରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ଏହି ବିଜୟକୁ ଉତ୍ସଗ କରୁଛି ।

ଖବର ଅନୁଯାୟୀ, ଚଳିତ ନିର୍ବାଚନରେ ଚିତପଟ୍ଟାଙ୍ଗ ମାରିଛନ୍ତି ରାହୁଲ । ଆମେଥି ଆସନରୁ ସ୍ମୃତି ଇରାନୀଙ୍କଠୁ ଶୋଚନୀୟ ଭାବେ 55,120 ରେ ହାରିବା ପରେ ଏହା ତାଙ୍କ ରାଜନୈତକ କ୍ୟାରିଅର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ସେଥିରେ କିଛି ସନ୍ଦେହ ନାହିଁ। ଏହାସହ ଜନତା ଜନାର୍ଦ୍ଧନଙ୍କ ନିଷ୍ପତିରେ କଂଗ୍ରେସରେ ଜୁଆର ସୃଷ୍ଟି ହୋଇଛି ।

ତେବେ 2019ରେ ବିଜେଡି ଓଡିଶାରେ କବଜା କରି ରଖିଥିବା ବେଳେ ବିଜେପି ମଧ୍ୟ କେନ୍ଦ୍ରରେ କବଜା କରି ରହିଛି । ତେବେ ରାଜନୀତି ରଣାଙ୍ଗନାରେ ସବୁଠୁ ଅଧିକ ମର୍ମାହତ ହୋଇଛି ଜାତୀୟ ଦଳ କଂଗ୍ରେସ । ଏପରି ନିଜର ପାରମ୍ପରିକ ଆସନରୁ ହାରିବା ପରେ ରାହୁଲ ଇସ୍ତଫା ଦେବା ମଧ୍ୟ ଚର୍ଚ୍ଚା ହେଉଛି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.