ଶ୍ରୀନଗର: ବଢିଲା ଅମରନାଥ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା । ଯାତ୍ରା ପାଇଁ ପାରମ୍ପରିକ ରାସ୍ତା ଗନ୍ଦେରବାଲ ଜିଲ୍ଲା ବାଲତଲ ଠାରେ ବହୁ ସଂଖ୍ୟାଙ୍କ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଏନେଇ ଇଣ୍ଡୋ- ତିବ୍ଦେତାନ ପୋଲିସ ଫୋର୍ସ ମଙ୍ଗଳବାର ତୀର୍ଥଯାତ୍ରୀ ଯାତ୍ରା କରୁଥିବା ବିଭିନ୍ନ ରାସ୍ତାରେ ତନତନ ଛାନଭିନ ଜାରି ରଖିଛନ୍ତି ।
ଏପରିକି ଉଚ୍ଚ ସ୍ଥାନକୁ ଯାତ୍ରା କରୁଥିବା ପାଖାପାଖି 161 ଯାତ୍ରୀଙ୍କ ପାଇଁ ବାଲତଲ ଠାରେ ଅକ୍ସିଜେନ ବ୍ୟାଗର ବ୍ୟବସ୍ଥା ରଖାଯାଇଛି । ଆଜି ହେଉଛି ଯାତ୍ରାର 22 ତମ ଦିନ । ଏଥିରେ 13,377 ଯାତ୍ରୀ ଗୁମ୍ପାରେ ପହଞ୍ଚିଛନ୍ତି । ତେବେ ଜୁଲାଇ 1 ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏବେ ସୁଦ୍ଧା 2,85,381 ଯାତ୍ରୀ ପବିତ୍ର ଅମରନାଥ ଗୁମ୍ପାରେ ପହଞ୍ଚିଛନ୍ତି ।
ଦୀର୍ଘ 46 ଦିନ ବ୍ୟାପି ଆରମ୍ଭ ହେଉଥିବା ଏହି ଯାତ୍ରା ଅଗଷ୍ଟ 15 ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହେବ । ଗତ ବର୍ଷ ଯାତ୍ରା ଅବଧି ୬୦ ଦିନ ଥିଲା। ପ୍ରତି ବର୍ଷ ଅମରନାଥ ଯାତ୍ରା ଜମ୍ମୁ କଶ୍ମୀର ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ ।
ବରଫରେ ଆଚ୍ଛାଦିତ ପର୍ବତର ମଧ୍ୟଭାଗରେ ସମୁଦ୍ର ପତନରୁ 3,888 ଫୁଟ୍ ଉଚ୍ଚରେ ଅବସ୍ଥିତ ବାବା ଅମରନାଥଙ୍କ ପବିତ୍ର ଗୁମ୍ଫା । ଏହି ପାରମ୍ପରିକ ଯାତ୍ରା ପାହଲଗାମ ରାସ୍ତାରୁ ଆରମ୍ଭ ହୋଇ ଅନନ୍ତନାଗ ଜିଲ୍ଲା ଓ ଗନ୍ଦରବାଲ ଜିଲ୍ଲାର ବାଲତଲ ପର୍ଯ୍ୟନ୍ତ ହୋଇଥାଏ।