ETV Bharat / bharat

ରାଜ୍ୟସଭାରେ ଉଠିଲା ଚୀନ କମ୍ପାନୀର ଗୁଇନ୍ଦାଗିରି ପ୍ରସଙ୍ଗ

author img

By

Published : Sep 16, 2020, 10:18 AM IST

ମୌସୁମୀ ଅଧିବେଶନର ତୃତୀୟ ଦିନରେ ରାଜ୍ୟସଭାରେ ଚୀନ କମ୍ପାନୀର ଗୁଇନ୍ଦାଗିରି ପ୍ରସଙ୍ଗ ଉଠିଛି । କଂଗ୍ରେସ ସାଂସଦ କେସି ବେଣୁଗୋପାଳ ଏହି ପ୍ରସଙ୍ଗ ଉଠାଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟସଭାରେ ଉଠିଲା ଚୀନ କମ୍ପାନୀର ଗୁଇନ୍ଦାଗିରି ପ୍ରସଙ୍ଗ
ରାଜ୍ୟସଭାରେ ଉଠିଲା ଚୀନ କମ୍ପାନୀର ଗୁଇନ୍ଦାଗିରି ପ୍ରସଙ୍ଗ

ନୂଆଦିଲ୍ଲୀ: ଆଜି ମୌସୁମୀ ଅଧିବେଶନର ତୃତୀୟ ଦିନରେ ରାଜ୍ୟସଭାରେ ଚୀନ କମ୍ପାନୀର ଗୁଇନ୍ଦାଗିରି ପ୍ରସଙ୍ଗ ଉଠିଛି । କଂଗ୍ରେସ ସାଂସଦ କେସି ବେଣୁଗୋପାଳ ଏହି ପ୍ରସଙ୍ଗ ଉଠାଇବା ସହ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତର 10 ହଜାର ଭିଆଇପି ଚୀନ ନଜରରେ ଥିବା ଦର୍ଶାଇ କଂଗ୍ରେସ ସାଂସଦ ଏହି ପ୍ରଶ୍ନ କରିଛନ୍ତି । ଏହାସହ ସରକାର ଏଥିପ୍ରତି ଅବଗତ ଅଛନ୍ତି ନା ନାହାଁନ୍ତି । ଯଦି ଅଛନ୍ତି କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜ୍ୟସଭାରେ ଶୂନ୍ୟକାଳରେ ଏହି ପ୍ରଶ୍ନ କରିଛନ୍ତି ସାଂସଦ କେସି ବେଣୁଗୋପାଳ ।

ସୂଚନା ଥାଉକି, ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନର ଝେନୁଆ ଡାଟା ଇନଫର୍ମେସନ ଟେକ୍ନୋଲୋଜି କୋ. ଲିଃ ଭାରତର 10 ହଜାର ବ୍ୟକ୍ତିଙ୍କର ତଥ୍ୟ ସଂଗ୍ରହ କରୁଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, କଂଗ୍ରେସ ଅଧ୍ୟକ୍ଷାଙ୍କ ସମେତ ଅନେକ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ନାମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.