ETV Bharat / bharat

ଦେଶବାସୀଙ୍କୁ ଧନ୍ୟବାଦ, ଆମେ ଦେଶର ସ୍ବପ୍ନ ପୂରଣ କରିବୁ: ଇସ୍ରୋ

author img

By

Published : Sep 18, 2019, 8:14 AM IST

ସବୁବେଳେ ସମର୍ଥନ ଦେଇଥିବାରୁ ଆମେ କୃତଜ୍ଞ । ବିଫଳତା ଆମକୁ ଅଟକାଇ ପାରିବନି । ଆମେ ସଫଳ ହେବୁ । ଏହା କହି ଭାରତକୁ ଧନ୍ୟବାଦ ଜଣାଇଛି ଇସ୍ରୋ ।

ଫାଇଲ ଫଟୋ

ହାଇଦ୍ରାବାଦ: ଗତ 7 ତାରିଖ ମଧ୍ୟରାତ୍ରରେ ଜହ୍ନ ରାଇଜ ଦ୍ବାରରେ ଅଟକି ଯାଇଛି ଭାରତ । ତଥାପି ଘର ଭିତରକୁ ପ୍ରବେଶ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସବୁ ଶକ୍ତି ଲଗାଇ ଦେଇଛି । ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଇସ୍ରୋ ସହ ସଂପର୍କ ଛିନ୍ନ କରିଛି ।

ଇସ୍ରୋର ନିର୍ଦ୍ଦେଶକ ବାରମ୍ବାର କହିଥିଲେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ସୂକ୍ଷ୍ମ ଅବତରଣ କରିବା ଶେଷ କିଛି ମିନିଟ ହିଁ କଠିନ ସାବ୍ୟସ୍ତ ହେବ । କାରଣ ବିଶ୍ବର କିଛି ବିକଶିତ ଦେଶ ଏଯାଏଁ ଏହି ଦୁଃସାହାସ କରିବାକୁ ସମର୍ଥ ହୋଇ ନାହାଁନ୍ତି । ହେଲେ ବିଶ୍ବରେ ପ୍ରଥମ ଦେଶ ଭାବେ ଇସ୍ରୋ ଏହା କରିଦେଖାଇଲା ଯଦିଓ ଶତ ପ୍ରତିଶତ ସଫଳ ହୋଇନାହିଁ । ଯେତେବେଳେ ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିବାରେ ବିଫଳ ହେଲା କିଛି ଲୋକ ଇସ୍ରୋକୁ ସମାଲୋଚନା କରିବା ଆରମ୍ଭ କଲେ । ଏପରିକି କିଛି ବିଦେଶୀ ମଧ୍ୟ ।

ଆମେ ଦେଶର ସ୍ବପ୍ନ ପୂରଣ କରିବୁ: ଇସ୍ରୋ
ଫଟୋ ସୌଜନ୍ୟ: ଟ୍ବିଟର @Isro

ହେଲେ ଇସ୍ରୋର ଏହି ଘଡିସନ୍ଧି ସମୟରେ ଇସ୍ରୋ ସହ ସାରା ଦେଶବାସୀ ଦୃଢତାର ସହ ଛିଡା ହେଲେ ଏବଂ ଚନ୍ଦ୍ରଯାନ ଶତପ୍ରତିଶତ ସଫଳ ହୋଇନଥିଲେ ମଧ୍ୟ ଇସ୍ରୋକୁ ଏବଂ ସମସ୍ତ ବୈଜ୍ଞାନିକଙ୍କୁ ସମର୍ଥନ କରୁଛନ୍ତି । ଏହାସହ ବିଫଳତାରେ ପଛଘୁଞ୍ଚା ନଦେଇ ଆଗକୁ ଯିବାକୁ ପ୍ରେରଣା ଯୋଗାଇଛନ୍ତି ।

ଏଥିରେ ଭାବ ବିହ୍ବଳ ଇସ୍ରୋ ଏକ ଭାବୁକ ଟ୍ବିଟ କରିଛି । ଇସ୍ରୋ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହି ଟ୍ବିଟ କରି ଦେଶବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛି । ଆମେ ଭାରତରେ ବସବାସ କରୁଥିବା ଏବଂ ବିଦେଶରେ ଥିବା ଭାରତୀୟଙ୍କ ଆଶା ଓ ସ୍ବପ୍ନକୁ ନେଇ ଆହୁରି ଆଗକୁ ଯିବୁ । ଏବଂ ଟ୍ବିଟରରେ ଗ୍ରାଫିକ୍ସ ଜରିଆରେ ବାର୍ତ୍ତାଦେଇଛି ‘ଆମକୁ ସବୁବେଳେ ଆକାଶ ସମ ଲକ୍ଷ୍ୟ ରଖିବା ପାଇଁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ’ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.