ETV Bharat / bharat

ଜାପାନ ସହ ମିଶି ଚନ୍ଦ୍ର ଜୟ କରିବ ଇସ୍ରୋ - misson moon isro

ଇସ୍ରୋ ଚନ୍ଦ୍ରରେ ‘ଲୁନାର୍‌ ପୋଲାର୍‌ ଏକ୍ସପ୍ଲୋରେସନ୍‌’ ଅଭିଯାନ ନିମନ୍ତେ ଜାପାନ ଏରୋସ୍ପେସ୍‌ ଏଜେନ୍‌ସି (ଜାକ୍ସା) ସହ ଚୁକ୍ତି କରିଛି । ଚନ୍ଦ୍ରର ମେରୁ ଅଞ୍ଚଳରେ ବିଭିନ୍ନ ଆବିଷ୍କାର ନିମନ୍ତେ ଇସ୍ରୋ ଓ ଜାକ୍ସା ମିଳିତ ସାଟେଲାଇଟ୍‌ ମିଶନ୍‌ ସମ୍ଭାବନା ଉପରେ ବିଚାର କରୁଥିବା ଇସ୍ରୋ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।

ଫାଇଲ ଫଟୋ
author img

By

Published : Sep 8, 2019, 5:23 PM IST

ବେଙ୍ଗାଲୁରୁ: ମିଶନ ଚନ୍ଦ୍ରାୟନ-୨ ସମ୍ପୂର୍ଣ୍ଣ ବିଫଳ ହୋଇନାହିଁ । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ନିକଟରେ ପହଞ୍ଚିବା ପାଇଁ ମାତ୍ର ୨.୧ କିଲୋମିଟର ଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିକ୍ରମ ଠାରୁ ସମ୍ପର୍କ ଚ୍ଛିନ୍ନ ହୋଇଥିଲା। ମାତ୍ର ଇସ୍ରୋର ସଫଳତା ଓ ପ୍ରୟାସକୁ ସାରା ବିଶ୍ବ ସଲାମ କରିଥିଲା । ଏବେ ଇସ୍ରୋ ଆଉ ଏକ ଚନ୍ଦ୍ରାଭିଯାନ ନିମନ୍ତେ ପ୍ରସ୍ତୁତ ହେଉଛି । ‘ମିଶନ ମୁନ୍‌’ ପାଇଁ ଜାପାନ ସହ ହାତ ମିଳାଇ ଚନ୍ଦ୍ର ଜୟ କରିବା ଅଭିମୁଖେ ଭାରତ ।

ଇସ୍ରୋ ‘ଲୁନାର୍‌ ପୋଲାର୍‌ ଏକ୍ସପ୍ଲୋରେସନ୍‌’ ଅଭିଯାନ ନିମନ୍ତେ ଜାପାନ ଏରୋସ୍ପେସ୍‌ ଏଜେନ୍‌ସି (ଜାକ୍ସା) ସହ ଚୁକ୍ତି କରିଛି । ଚନ୍ଦ୍ରର ମେରୁ ଅଞ୍ଚଳରେ ବିଭିନ୍ନ ଆବିଷ୍କାର ନିମନ୍ତେ ଇସ୍ରୋ ଓ ଜାକ୍ସା ମିଳିତ ସାଟେଲାଇଟ୍‌ ମିଶନ୍‌ ସମ୍ଭାବନା ଉପରେ ବିଚାର କରୁଥିବା ଇସ୍ରୋ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।

ବର୍ଷ 2008ରେ ଚନ୍ଦ୍ରୟାନ-୨ର ଘୋଷଣା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଅନୁମୋଦିତ ହୋଇଥିଲା । ଏହି ସମୟରେ ଏହି ମିଶନ ପାଇଁ ଋଷ ସହ ଭାରତର ଚୁକ୍ତି ହୋଇଥିଲା । ଏଥି ନିମନ୍ତେ ଋଷ୍‌ର ମହାକାଶ ସସ୍ଥା ରୋସ୍‌କୋମସ୍‌ ଲ୍ୟାଣ୍ଡର୍‌ ଉପଲବ୍ଧ କରିବା ପାଇଁ ରାଜି ହୋଇଥିଲା । ମାତ୍ର କୌଣସି କାରଣବଶତଃ ଏହି ମିଶନର ଅଗ୍ରଗତି ହୋଇ ପାରିନଥିଲା । ଫଳରେ ଏହାକୁ ୨୦୧୨ ମସିହାରେ ଇସ୍ରୋ ଏକକୀ କରିବା ପାଇଁ ବଡ ନିଷ୍ପତ୍ତି ଗ୍ରହଣ କରିଥିଲା ।

ଚଳିତ ବର୍ଷ ଜୁଲାଇ 7 ତାରିଖରେ ଜାକ୍ସାର ଗ୍ରହାଣୁ ଅନୁସନ୍ଧାନକାରୀ ମହାକାଶଯାନ ହାୟାବୁସା-୨ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରିବାରେ ସକ୍ଷମ ହୋଇଥିଲା । ଏହି ଅଭିଯାନର ସଫଳତା ପରେ ଜାପାନ ନିଜ ବୈଷୟିକ କ୍ଷମତାର ପ୍ରଭାବ ସାରା ବିଶ୍ବକୁ ଜଣାଇଥିଲା ।

ଇସ୍ରୋ ଓ ଜାକ୍ସା ମିଳିତ ଭାବରେ ଏହି ମୁନ ମିଶନକୁ 2024ରେ ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି । ଏହା ପୂର୍ବରୁ 2022ରେ ଭାରତ ନିଜର ବହୁ ପ୍ରତୀକ୍ଷିତ ଗଗନାୟନ ମିଶନରେ ମହାକାଶକୁ ମନୁଷ୍ୟ ପ୍ରେରଣ କରିବା ଦିଗରେ କାମ କରୁଛି ।

ପ୍ରଥମ ଥର ପାଇଁ ବର୍ଷ ୨୦୧୭ରେ ମିଶନ ମୁନକୁ ନେଇ ଭାରତ-ଜାପାନ ମଧ୍ୟରେ ଆଲୋଚନା କରାଯାଇଥିଲା । ବେଙ୍ଗାଲୁରୁରେ ଆୟୋଜିତ ମଲ୍ଟି ସ୍ପେସ୍‌ ଏଜେନ୍ସି ବୈଠକରେ ମିଶନ ମୁନ୍‌ ସଂକ୍ରାନ୍ତରେ ହୋଇଥିବା ଆଲୋଚନାକୁ ସାର୍ବଜନିକ କରାଯାଇଥିଲା । ଏହାପରେ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତ ସମୟରେ ଏହି ସଂକ୍ରାନ୍ତରେ ବିଶଦ ଆଲୋଚନା କରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.