ନୂଆଦିଲ୍ଲୀ: ସୋମବାର ମହାକାଶରେ ଇସ୍ରୋ ରଚିଲା ଇତିହାସ। ଇମିସାଟ (EMISAT)ସହ 30ଟି ସେଟେଲାଇଟକୁ ମହାକାଶକୁ କଲା ଉତକ୍ଷେପଣ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ପିଏସ୍ଏଲ୍ଭି ଲଞ୍ଚପ୍ୟାଡରୁ ସକାଳ 9.30ରେ ଏହାକୁ ଉତକ୍ଷେପଣ କରାଯାଇଛି।
ଇସ୍ରୋର ଇମିସାଟ ମିଶନରେ ଗୋଟିଏ ଭାରତୀୟ ଗୁଇନ୍ଦା ସାଟେଲାଇଟ ଏବଂ 29ଟି କମର୍ସିଆଲ ସାଟେଲାଇଟ ଉତକ୍ଷେପଣ କରାଯାଇଛି। ଏହି ଗୋଟିଏ ମିଶନରେ ଇସ୍ରୋ ତିନୋଟି ଭିନ୍ନ ଭିନ୍ନ ଅରବିଟକୁ ସାଟେଲାଇଟ ପଠାଇଛି। ତେବେ ପ୍ରଥମ ଥର ପାଇଁ ଇସ୍ରୋ ଏଭଳି ମିଶନକୁ ସଫଳତାର ସହ ସମ୍ପାଦନ କରିଛି।
ଇମିସାଟ ଗୋଟିଏ ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍ଟ୍ରୋନିକ୍ସ ଇଣ୍ଟେଲିଜେନ୍ସ ସାଟେଲାଇଟ। ଏହାକୁ ଡିଆରଡିଓ ଏବଂ ଇସ୍ରୋ ମିଳିତ ଭାବେ ବିକଶିତ କରିଛନ୍ତି। ଇମିସାଟ ମାଧ୍ୟମରେ ଭୂ-ପୃଷ୍ଠର ହାଇରିଜୋଲୁସନ କମ୍ୟୁନିକେସନ ସିଗନାଲ ମିଳିପାରିବ। ଯାହା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସହାୟକ ହୋଇ ପାରିବ।