ETV Bharat / bharat

ଇସ୍ରୋ ମୁଖ୍ୟ କେ. ଶିଭନଙ୍କୁ 2020 ଭୋନ କର୍ମନ ସମ୍ମାନ - ଭୋନ କର୍ମନ ପୁରସ୍କାର 2020

ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନର ମୁଖ୍ୟ କେ. ଶିଭନ ଜଣେ ଦକ୍ଷ ବୈଜ୍ଞାନିକ ଭାବେ ଢେର ସୁନାମ ଅର୍ଜନ କରିସାରିଛନ୍ତି । ମହାକାଶ ବିଜ୍ଞାନରେ ସେ ଗୋଟିଏ ପରେ ଗୋଟିଏ ଇତିହାସ ରଚି ଚାଲିଥିବା ବେଳେ 2020 ଭୋନ କର୍ମନ ପୁରସ୍କାର ପାଇଁ ତାଙ୍କ ନାମ ଚୟନ କରାଯାଇଛି ।

isro chief k. shivan, k. shivan, vov karman award, von karman award 2020, space science, ଇସ୍ରୋ ମୁଖ୍ୟ କେ. ଶିଭନ, କେ. ଶିଭନ, ଭୋନ କର୍ମନ ପୁରସ୍କାର, ଭୋନ କର୍ମନ ପୁରସ୍କାର 2020, ମହାକାଶ ବିଜ୍ଞାନ
ଇସ୍ରୋ ମୁଖ୍ୟ କେ. ଶିଭନଙ୍କୁ 2020 ଭୋନ କର୍ମନ ସମ୍ମାନ
author img

By

Published : Jul 12, 2020, 5:39 PM IST

ବେଙ୍ଗାଲୁରୁ: ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନର ମୁଖ୍ୟ କେ. ଶିଭନ ଜଣେ ଦକ୍ଷ ବୈଜ୍ଞାନିକ ଭାବେ ଢେର ସୁନାମ ଅର୍ଜନ କରିସାରିଛନ୍ତି । ମହାକାଶ ବିଜ୍ଞାନରେ ସେ ଗୋଟିଏ ପରେ ଗୋଟିଏ ଇତିହାସ ରଚି ଚାଲିଥିବା ବେଳେ 2020 ଭୋନ କର୍ମନ ପୁରସ୍କାର ପାଇଁ ତାଙ୍କ ନାମ ଚୟନ କରାଯାଇଛି । ଅନ୍ତର୍ଜାତୀୟ ଏକାଡେମୀ ଅଫ ଏରୋନଟିକ୍ସ ପକ୍ଷରୁ କେ. ଶିଭନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି ।

ସମ୍ପୃକ୍ତ ଏକାଡେମୀର ଏହା ସର୍ବୋଚ୍ଚ ସମ୍ମାନ ହୋଇଥିବା ବେଳେ ମାର୍ଚ୍ଚ 2021ରେ ପ୍ୟାରିସରେ ଏହି ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଗତବର୍ଷ ଏହି ସମ୍ମାନ ଚାର୍ଲସ ଏଲାଚିଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଏରୋଡାଇନାମିକ୍ସରେ ଉଲ୍ଲେଖନୀୟ ଅବଦାନ ପାଇଁ ଏରୋସ୍ପେଶ ଇଞ୍ଜିନିୟର ଥିଓଡର ଭୋନ କର୍ମନଙ୍କ ନାମରେ ଏହି ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯାଏ ।

ଆଇଏଏ ଦ୍ବାରା ଭୋନ କର୍ମନ ଆୱାର୍ଡ:

ଭୋନ କର୍ମନଙ୍କ ଦ୍ବାରା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ଏକାଡେମୀ ଅଫ ଆଷ୍ଟ୍ରୋନୋଟିକ୍ସ(ଆଇଏଏ)ରେ ସେ ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଏହାର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ଅବଦାନ ରହିଛି । ତେବେ ମହାକାଶ ବିଜ୍ଞାନରେ ଏହିପରି ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ 1882 ମସିହାରୁ ଭୋନ କର୍ମନ ପୁରସ୍କାର ପ୍ରଦାନ କରାଯାଉଛି । ଜୀବନବ୍ୟାପୀ ମହାକାଶ କ୍ଷେତ୍ରରେ ଅବଦାନ ପାଇଁ ଏହି ପୁରସ୍କାର ପ୍ରତିବର୍ଷ ଦିଆଯାଇଆସୁଛି ।

ତେବେ କେ. ଶିଭନଙ୍କ ପୂର୍ବରୁ ଅନ୍ୟ ଦୁଇ ଭାରତୀୟ କ୍ରିଷ୍ଣସ୍ବାମୀ କସ୍ତୁରିରଙ୍ଗାନ ଓ ୟୁ.ଆର୍‌. ରାଓଙ୍କ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.