ETV Bharat / bharat

ଇସ୍ରାଇଲ ବଜାରରୁ ହଟିଲା ଗାନ୍ଧୀଙ୍କ ଫଟୋ ଲାଗିଥିବା ମଦବୋତଲ

ଇସ୍ରାଇଲ ବଜାରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲାଗିଥିବା ମଦ ବୋତଲକୁ ନେଇ ଭାରତ ସରକାର ଓ ନାଗରିକଙ୍କୁ କ୍ଷମା ମଗାଲା ମଦ କମ୍ପାନୀ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 7, 2019, 9:36 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ଇସ୍ରାଏଲର ଏକ ନାମିଦାମି ମଦରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ଲାଗିଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ଇସ୍ରାଇଲର ମଦ କମ୍ପାନୀ ଏହି ମଦକୁ ବଜାରରେ ବିକ୍ରି କରିବା ବନ୍ଦ କରିବା ସହ ସମସ୍ତ ମଦ ଫେରାଇ ନେଇଥିଲା । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତ ସପ୍ତାହରେ ରାଜ୍ୟସଭାରେ ଏହି ମାମଲା ନେଇ ଆମ ଆଦମି ପାର୍ଟି(ଆପ)ସାଂସଦ ସଂଜୟ ସିଂହଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ଶନିବାର ରାଜ୍ୟସଭା ସାଂସଦ ସଂଜୟ ସିଂହ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ପତ୍ରରେ ଲେଖିଛନ୍ତିଯେ, ଏହି ବିଷୟରେ ଇସ୍ରାଇଲରେ ଭାରତୀୟ ଦୂତାବାସ ମାଧ୍ୟମରେ ଉକ୍ତ କମ୍ପାନୀଙ୍କୁ ଗାନ୍ଧୀଙ୍କ ଫଟୋକୁ ନେଇ ଅବଗତ କରାଯାଇଥିଲା । ଏହାପରେ କମ୍ପାନୀ ଫଟୋ ଲାଗିଥିବା ସମସ୍ତ ମଦ ବୋତଲକୁ ବଜାରରୁ ହଟେଇ ଦେଇଥିଲା । ଖାଲି ସେତିକି ନୁହେଁ ସେହି ବ୍ରାଣ୍ଡର ମଦ ମଧ୍ୟ ତିଆରି କରିବା ବନ୍ଦ କରିଦେଇଥିଲା ।

ତେବେ ସାଂସଦ ସଂଜୟ ସିଂହ ଗତ ସପ୍ତାହରେ ଏହି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଥିଲେ । ତାଙ୍କର ଏହି ମୁଦ୍ଦାକୁ ସମ୍ମାନ ଜଣାଇ ସରକାର ଏଥିପାଇଁ ଉଚିତ ପଦକ୍ଷେପ ନେବା ପାଇଁ ଅନ୍ୟ ସମସ୍ତେ ଦାବି କରିଥିଲେ । ଏହାପରେ ବୈଦେଶିକ ମନ୍ତ୍ରୀ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯେଉଁଥିପାଇଁ ଉକ୍ତ କମ୍ପାନୀ ବଜାରରୁ ସବୁ ମଦ ହଟାଇବା ସହ ଭାରତ ସରକାର ଓ ଭାରତୀୟ ନାଗରିକଙ୍କ ମନୋଭାବକୁ ଆଘାତ ଦେଇଥିବାରୁ କ୍ଷମା ମଧ୍ୟ ମାଗିଥିଲା ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.