ଦ୍ୱିପାକ୍ଷିକ ସଂପର୍କ ସ୍ୱାଭାବିକ କରିବା ସହ ପୂର୍ଣ୍ଣ କୂଟନୈତିକ ସଂପର୍କ ସ୍ଥାପନ ପାଇଁ ଅଗଷ୍ଟ ୧୩ ତାରିଖରେ ୟୁଏଇ ଓ ଇସ୍ରାଏଲ ମଧରେ ସ୍ୱାକ୍ଷରିତ ହୋଇଛି ଆବ୍ରାହାମ ରାଜିନାମା । ପଶ୍ଚିମ ଏସିଆରେ ଜଟିଳ ସ୍ଥିତିରେ ସୁଧାର ପାଇଁ ଏହା ଏକ ପ୍ରଥମ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଆରବ-ଇସ୍ରାଏଲୀ ସଂପର୍କରେ ଏହି ନୂଆ ଦିଗନ୍ତ ଭାରତ ପାଇଁ ବି ଆଣିଛି ଏକ ନୂଆ ସୁଯୋଗ । ଉଭୟ ଇସ୍ରାଏଲ ଓ ସଂଯୁକ୍ତ ଆରବ ଏମିରେଟ –ୟୁଏଇ ସହ ଭାରତର ଭଲ ସଂପର୍କ ରହିଛି । ଆଉ ଦୁଇ ଦେଶ ମଧ୍ୟରେ ରାଜିନାମା ପଶ୍ଚିମ ଏସିଆରେ ଏକ ପ୍ରମୁଖ ପ୍ଲେୟାର୍ ଭାବେ ସ୍ୱୀକୃତି ପାଇବା ପାଇଁ ଭାରତ ଲାଗି ସୃଷ୍ଟି ହୋଇଛି ସୁଯୋଗ । ଗତ ୭ ଦଶକରୁ ଅଧିକ ସମୟ ଧରି ଆରବ-ଇସ୍ରାଏଲୀ ସଂପର୍କରେ ରହିଆସିଥବା ବିଦ୍ୱେଷ ଶାନ୍ତି ପୂର୍ଣ୍ଣ ଭାେବେ ଶେଷ କରିବା ପାଇଁ ସମ୍ଭବତଃ ଭାରତ ପ୍ରଭାବଶାଳି ଭୂମିକା ନେଇପାରେ ।
ବର୍ଷ ବର୍ଷ ଧରି ଆଲୋଚନା ପରେ ୟୁଏଇ ଓ ଇସ୍ରାଏଲ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାରେ ରହିଛି ଅନେର ସମ୍ଭାବନା । ୟୁଏଇର ଆଶାବାଦୀ ଯୁବରାଜ ମହମ୍ମଦ ବିନ୍ ଜାୟଦ ଅଲ ନାହ୍ୟନ ଓ ଇସ୍ରାଏଲ ପ୍ରଧାନମନନ୍ତ୍ରୀ ବେଂଜାମିନ ନେତାନୟାହୁଙ୍କ ମଧ୍ୟରେ ସ୍ୱାକ୍ଷରିତ ଏହି ରାଜିନାମା ପ୍ରକୃତରେ ପଶ୍ଚିମ ଏସିଆର ବିବାଦାସ୍ପଦ ରାଜନୀତିକୁ ବଦଳାଇବା ଉଦ୍ଦେଶ୍ୟରେ କରାଯାଇଛି । ତେବେ, ଏହି ରାଜିନାମା ଦ୍ୱାରା ଆରବ ଦେଶଗୁଡିକ ଇସ୍ରାଏଲକୁ ସ୍ୱୀକୃତି ଦେବେ ଓ ପାଲେଷ୍ଟାଇନ୍ ଓ ଇସ୍ରାଏଲ ମଧ୍ୟରେ କଥାବାର୍ତା ଆରମ୍ଭ ପାଇଁ ଉଦ୍ୟମ ହେବ ବୋଲି ଆଶା କରାଯାଉଛି । ଅବଶ୍ୟ ଖୁବ୍ ଶୀଘ୍ର ଏପରି ହେବା ଆଶା କରିବା ଭୁଲ୍ । କାରଣ ୟୁଏଇର ପ୍ରମୁଖ ଆଂଚଳିକ ସହଯୋଗୀ ସାଉଦି ଆରବ କହିଛି ଯେ, ପାଲେଷ୍ଟାଇନ୍ ରାଷ୍ଟ୍ର ଗଠନ ବାସ୍ତବତାରେ ପରିଣତ ହେଲେ ହିଁ ଇସ୍ରାଏଲ ସହ କୌଣସି ପ୍ରକାର ସଂପର୍କ ସ୍ଥାପନ ନେଇ ସେ ବିଚାର କରିବ । ତେଣୁ ସାଉଦି ଆରବର ଅଜାଣତରେ ଯେ, ଏହି ରାଜିନାମା ପାଇଁ ଉଦ୍ୟମ ଚାଲିଥିଲା , ତାହା ଭାବିବା ଭୁଲ୍ ।
ତେବେ, ଆବ୍ରାହାମ ରାଜିନାମା ପାଲେଷ୍ଟାଇନ୍ ଅଥୋରିଟି ପାଇଁ ଏକ ଶକ୍ତ ଧକ୍କା । କାରଣ ପାଲେଷ୍ଟିନୀୟ ପ୍ରସଙ୍ଗଗୁଡିକ ଏବେ ଆଉ ଏକ ଆରବ ଦେଶ ପାଇଁ ସେତେ ଗୁରୁତ୍ୱ ବହନ କରିବ ନାହିଁ । ବହୁ ବର୍ଷ ପୂବ ର୍ରୁ ଅନ୍ୟ ଦୁଇ ପ୍ରମୁଖ ଆରଦ ଦେଶ ଇଜିପ୍ଟ ଓ ଜର୍ଡାନ ବି ଇସ୍ରାଏଲ ସହ ରାଜିନାମା ସ୍ୱାକ୍ଷର କରିସାରିଛନ୍ତି । ଏହାକୁ ଆନ୍ତର୍ଜାତିକ କୂଟନୀତିରେ ଡି-ହାଇଫେନସନ ନୀତି କୁହାଯାଏ ।
ଭାରତ ୨୦୧୭ ମସିହା ଜୁଲାଇ ମାସରେ ହିଁ ଇସ୍ରାଏଲ ସହ ଡି-ହାଇଫନେସନ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା , ଯେତେବେଳ କି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତ କରିଥିଲେ । ମୋଦି କିନ୍ତୁ ପାଲେଷ୍ଟାଇନ ଯାଇ ନ ଥିଲେ । ଫଳରେ ଉଭୟ ଦେଶ ପ୍ରତି ଥିବା ଭାରତର ଜଟିଳ ଆଭିମୁଖ୍ୟରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ୧୯୯୨ରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସ୍ଥାପିତ ହୋଇଥିଲା କୂଟନୈତିକ ସଂପର୍କ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କରେ ଘନିଷ୍ଠତା ବଢି ବଢି ଚାଲିଛି । ପାଲେଷ୍ଟାଇନ ସହ ସନ୍ତୁଳନ ନୀତି ଆପଣାଇବାକୁ ବି ଭାରତ ପକ୍ଷରୁ ସେମିତି କିଛି ଉଦ୍ୟମ ବି ହୋଇନାହିଁ ।
ଆବ୍ରାହାମ ରାଜିନାମା ଯୋଗୁଁ ପାଲେଷ୍ଟାଇନ ଅଥୋରିଟି ନିଜକୁ ଉପେକ୍ଷିତ ସ୍ଥିତିରେ ଦେଖିବା ସ୍ୱାଭାବିକ । କାରଣ ସ୍ୱାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନର ପ୍ରବକ୍ତାମାନେ ଧୀରେ ଧୀରେ ଏଥିରୁ ଦୂରେଇ ଯାଉଛନ୍ତି । ଆମେରିକା ସମର୍ଥିତ ରାଜିନାମା ଇସ୍ରାଏଲ ଓ ଆରବ ଜଗତ ମଧ୍ୟରେ ଶାନ୍ତିର ପୁନରୁଦ୍ଧାର ପାଇଁ ଗତ ୨୬ ବର୍ଷ ମଧ୍ୟରେ ସବୁଠାରୁ ବଡ ଉଦ୍ୟମ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନୟାହୁ କହିଛନ୍ତି । କିନ୍ତୁ ପାଲେଷ୍ଟାଇନ ଅଥୋରିଟି ରାଜିନାମାକୁ ଅଗ୍ରାହ୍ୟ କରିଦେଇଛି । ତେବେ, ସକାରାତ୍ମକ ବିଷୟ ହେଲା ଯେ, ଅଧିକୃତ ପଶ୍ଚିମ ତଟ ବା ୱେଷ୍ଟବ୍ୟାଙ୍କରେ ଆଉ କୌଣସି ବସତି ନିର୍ମାଣରୁ ଓହରିବ ଇସ୍ରାଏଲ । ସେହି ଅଂତଳରେ ପାଲେଷ୍ଟିନୀୟ ବିରୋଧ ସତ୍ୱେ ଇସ୍ରାଏଲ ଏ ପର୍ଯ୍ୟନ୍ତ ବସତି ନିର୍ମାଣ କରିଆସୁଥିଲା ।
ଇସ୍ରାଏଲ ଓ ୟୁଏଇ ମଧ୍ୟରେ ହୋଇଥିବା ବୁଝାମଣା ଯୋଗୁଁ ଭାରତ ପାଇଁ ଉପସାଗରୀୟ ଅଂଚଳର ସୁରକ୍ଷା ଓ ସ୍ଥିରତା ରକ୍ଷା ଦିଗରେ ପ୍ରମୁଖ ଭୂମିକା ନିଭାଇବାର ବଡ ସୁଯୋଗ ଆସିଛି । କେବଳ ଇସ୍ରାଏଲ ସହ ଯେ, ଭାରତର ଭଲ ସଂପର୍କ ରହିଛି, ତାହା ନୁହେଁ, ଉପସାଗରୀୟ ରାଜତନ୍ତ୍ରଗୁଡିକ ସହ ବି ନୂଆଦିଲ୍ଲୀର ରଣନୈତିକ ସଂପର୍କ ବଢିବାରେ ଲାଗିଛି । ବିଶେଷ କରି ୟୁଏଇ ଏବଂ ସାଉଦି ଆରବ ସହ ଭାରତର ସଂପର୍କରେ ଉନ୍ନତି ଘଟିଛି । ଉପସାଗରୀୟ ଦେଶଗୁଡିକ ସହ ଭଲ ସଂପର୍କକୁ ଗୁରୁତ୍ୱ ଦେଇଛି ମୋଦି ସରକାର । ଆଉ ସୁରକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ ଏହାର ସୁଫଳ ବି ମିିଳିବାରେ ଲାଗିଛି ।
ଏଥର ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସାଗରୀୟ ଦେଶଗୁଡିକ ସହ ଭାରତର ସଂପର୍କ କଥା ଉଲ୍ଲେଖ କରିଥିଲେ । ଭାରତର ଶକ୍ତି ଓ ସୁରକ୍ଷା ଚାହିଦା ପାଇଁ ଉପସାଗରୀୟ ଦେଶଗୁଡିକ ସହ ସଂପର୍କ ବେଶ୍ଗୁ ରୁତ୍ୱପୂଣ୍ଣ ର୍ ବୋଲି କହିଥିଲେ ମୋଦି । କୋରୋନା ମହାମାରୀ ପ୍ରକୋପ ଆରମ୍ଭ ହେଲା ପରେ ପ୍ରବାସୀ ଭାରତୀୟଙ୍କ ରହଣୀ ସମୟସୀମା ବୃଦ୍ଧି କରିଥିବାରୁ ମୋଦି ୟୁଏଇ, ସାଉଦି ଆରବ ଓ କାତାର ଭଳି ଦେଶଗୁଡିକୁ ଧନ୍ୟବାଦ ଦେଇଥିଲେ । ପରେ ଏକ ପୃଥକ ବିବୃତି ଜାରି କରି ଭାରତ ଇସ୍ରାଏଲ ଓ ୟୁଏଇ ଭଳି ନିଜର ଦୁଇ ରଣନୈତିକ ପାର୍ଟନରଙ୍କ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାକୁ ସମର୍ଥନ କରିଥିଲା । ରାଜିନାମା ଦ୍ୱାରା ସଂପୃକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଆଶା ପ୍ରକାଶ କରିଛି ଭାରତ । ତେବେ, ପାଲେଷ୍ଟିନୀୟ ସ୍ୱାର୍ଥ ପ୍ରତି ବି ଭାରତ ନିଜର ପାରମ୍ପରିକ ସମର୍ଥନ ଦୋହରାଇଛି । ସମସ୍ତଙ୍କ ପାଇଁ ଗ୍ରହଣୀୟ ହେଲା ଭଳି ଦୁଇ ରାଷ୍ଟ୍ର ସମସ୍ୟାର ସମାଧାନ ଲାଗି ଶୀଘ୍ର ସିଧାସଳଖ କଥାବାର୍ତା ଉପରେ ଗୁରୁତ୍ୱାରୋପ କରିଥିଲା ଭାରତ ।
ଉପସାଗରୀୟ ଅଂଚଳରେ ବ୍ୟାପକ ଭାବେ ନିଜର ଅର୍ଥନୈତିକ ଉପସ୍ଥିତି ଜାହିର କରିବାକୁ ଭାରତ ପାଇଁ ସୁଯୋଗ ରହିଛି । ଏହା ଦ୍ୱାରା ଭାରତର ନିଜର ଅର୍ଥନୈତିକ ପୁନରୁଦ୍ଧାର ବି ହୋଇପାରିବ । ଉପସାଗରୀୟ ଦେଶଗୁଡିକ ସହ ପ୍ରତିରକ୍ଷା ସଂପର୍କ ବି ଭାରତର ପାଇଁ ଗୁରୁତ୍ୱ ପୂଣ୍ଣ ର୍ ହୋଇପଡିଛି । ଅସ୍ତ୍ରଶସ୍ତ୍ର କିଣାବିକା, ସାମରିକ ଡ୍ରିଲ୍ , ଗୁଇନ୍ଦା ସୂଚନା ଆଦାନପ୍ରଦାନ ଓ ଆତଙ୍କବାଦ ନିରୋଧୀ ପଦକ୍ଷେପ ଭାରତ ପାଇଁ ପ୍ରାଥମିକତା ହେବ । ଏସବୁ କ୍ଷେତ୍ରରେ ଉପସାଗରୀୟ ଦେଶଗୁଡିକ ସହ ସଂପର୍କ ସୁରକ୍ଷା କାରଣରୁ ଭାରତ ପାଇଁ ଗୁରୁତ୍ୱ ବହନ କରେ । ଶକ୍ତି ସୁରକ୍ଷା ହେଉଛି ସଂପର୍କ ବୃଦ୍ଧିର ଆଉ ଏକ କ୍ଷେତ୍ର । ଭାରତୀୟ ବଜାର ଓ ଏହାର ବିବିଧ ସାମଗ୍ରୀ ଉପସାଦରୀୟ ଦେଶ ଓ ଇସ୍ରାଏଲ ପାଇଁ ବଡ ଆକର୍ଷଣ । ଦିନେ ପାକିସ୍ତାନର ଘନିଷ୍ଠ ସହେଯାଗୀ ଥିବା ସାଉଦି ଆରବ ଓ ୟୁଏଇ ଏବେ ସେହି ଦେଶଠାରୁ ଦୂରେଇ ଯାଉଛନ୍ତି ।
ଓଆଇସି ଭଳି ମଂଚରେ ପାକିସ୍ତାନକୁ ଏସବୁ ଦେଶରୁ ଆଉ ସମର୍ଥନ ମିଳୁନି , ଯାହା କି ଭାରତ ପାଇଁ ଏକ ବଡ ସଫଳତା । ଉଭୟ ଆରବ ଦେଶ ଓ ଇରାନ ସହ ସୁସଂପର୍କ ଭାରତ ପାଇଁ ଇସଲାମିକ ଜଗତରେ ଏକ ସୁଯୋଗ ସୃଷ୍ଟି କରିଛି । ଇସଲାମିକ ଜଗତରେ ପ୍ରାଧାନ୍ୟ ପାଇଁ ବିଭିନ୍ନ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଥିବା ବେଳେ ଭାରତ ସେସବୁ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ କରିବାରେ ସହାକ ହୋଇପାରେ । କହିବା ବାହୁଲ୍ୟ ଯେ, ଆବ୍ରାହମ ରାଜିନାମା ଭାରତ ପାଇଁ ଏକ କଷ୍ଟକର ଓ ଜଟିଳ ସମୟରେ ବରଦାନ ସଦୃଶ ହୋଇଛି ।
ନିଲୋଭା ରୟ ଚୌଧୁରୀ