ETV Bharat / bharat

ଗୁରୁବାର ଇସଲାମାବାଦ ହାଇକୋର୍ଟରେ କୁଳଭୂଷଣ ଯାଦବ ମାମଲାର ଶୁଣାଣି

author img

By

Published : Sep 2, 2020, 8:07 PM IST

ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ଡିଫେନ୍ସ କାଉନସିଲ ନିଯୁକ୍ତି ସହ ଜଡିତ ମାମଲାର ଶୁଣାଣି ଆସନ୍ତାକାଲି ଇସଲାମାବାଦ ହାଇକୋର୍ଟରେ ହେବ ।

ଆସନ୍ତାକାଲି ଇସଲାମାବାଦ ହାଇକୋର୍ଟରେ କୁଳଭୂଷଣ ଯାଦବ ମାମଲାର ଶୁଣାଣି

ଇସଲାମାବାଦ: ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ଡିଫେନ୍ସ କାଉନସିଲ ନିଯୁକ୍ତି ସହ ଜଡିତ ମାମଲାର ଶୁଣାଣି ଆସନ୍ତାକାଲି ଇସଲାମାବାଦ ହାଇକୋର୍ଟରେ ହେବ । ବୁଧବାର ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହା ପୂର୍ବରୁ କୁଳଭୂଷଣ ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବା ଲାଗି ଭାରତୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ଅନୁମତି ଦେବାକୁ ଇସ୍‌ଲାମାବାଦ ହାଇକୋର୍ଟ ପାକିସ୍ତାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ଅନୁରୋଧକ୍ରମେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ଏବଂ ଯାଦବଙ୍କ ପାଇଁ ଓକିଲ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଏହି ମାମଲା ସଂକ୍ରାନ୍ତ ଶୁଣାଣି ସେପ୍ଟେମ୍ବର 3 ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ କୋର୍ଟ ।

ପାକିସ୍ତାନ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଦ୍ବାରା ଏକ ସଂଘୀୟ ନିୟମ ଅନୁଯାୟୀ ଏହି ଆବେଦନ ଦାଖଲ କରାଯାଇଛି । ଏହି ଆବେଦନରେ ଦର୍ଶାଯାଇଛି ଯେ, ପାକିସ୍ତାନ ସାମରିକ ଅଦାଲତରେ ରାୟର ସମୀକ୍ଷା ଏବଂ ପୁନର୍ବିଚାର ପାଇଁ ଇସଲାମାବାଦ ଏକ ଆଇନଜୀବୀ ନିଯୁକ୍ତ କରିବା ଉଚିତ।

ସୂଚନାଯୋଗ୍ୟ ଯେ, ଗୁପ୍ତଚର ଅଭିଯୋଗରେ ଯାଦବଙ୍କୁ 2016 ମସିହାରେ ବାଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଛି। କିନ୍ତୁ ପାକିସ୍ତାନର ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରି ଇରାନର ଚାବାହାର ବନ୍ଦରରୁ ତାଙ୍କୁ ଅପହରଣ କରାଯାଇଥିବା ଭାରତ ପକ୍ଷରୁ କୁହାଯାଇଛି।

ତେବେ ୨୦୧୭ରେ କୁଳଭୂଷଣଙ୍କୁ ପାକ୍‌ ସାମରିକ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ । ପାକିସ୍ତାନ ଭିଏନା ସନ୍ଧିର ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା । ପାକିସ୍ତାନ ମିଥ୍ୟା ତଥ୍ୟ ରଖିଥିବା ଭାରତ ପକ୍ଷରୁ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ଯୁକ୍ତି ରଖିଥିଲେ । ଏହା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଇଥିଲେ ଆଇସିଜେ । ଏହା ସହିତ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକସେସ ଦେବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.