ETV Bharat / bharat

କୁଳଭୂଷଣ ଯାଦବ ମାମଲା: 6 ଅକ୍ଟୋବରକୁ ଶୁଣାଣି ଘୁଞ୍ଚାଇଲେ ଇସଲାମାବାଦ ହାଇକୋର୍ଟ

author img

By

Published : Sep 3, 2020, 9:19 PM IST

କୁଳଭୂଷଣ ଯାଦବଙ୍କ ପକ୍ଷ ରଖିବା ପାଇଁ ଆଇନଜୀବୀ ନିଯୁକ୍ତ କରିବା ମାମଲାରେ ଶୁଣାଣିକୁ ଘୁଞ୍ଚାଇଛନ୍ତି ଇସଲାମାବାଦ ହାଇକୋର୍ଟ । ଅଧିକ ପଢନ୍ତୁ...

କୁଳଭୂଷଣ ଯାଦବ ମାମଲା: 6 ଅକ୍ଟୋବରକୁ ଶୁଣାଣି ଘୁଞ୍ଚାଇଲେ ଇସଲାମାବାଦ ହାଇକୋର୍ଟ
କୁଳଭୂଷଣ ଯାଦବ ମାମଲା: 6 ଅକ୍ଟୋବରକୁ ଶୁଣାଣି ଘୁଞ୍ଚାଇଲେ ଇସଲାମାବାଦ ହାଇକୋର୍ଟ

ଇସଲାମାବାଦ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପକ୍ଷ ରଖିବା ପାଇଁ ଆଇନଜୀବୀ ନିଯୁକ୍ତ କରିବା ମାମଲାରେ ଶୁଣାଣିକୁ ଘୁଞ୍ଚାଇଛନ୍ତି ଇସଲାମାବାଦ ହାଇକୋର୍ଟ । ଗୁରୁବାର ପାକିସ୍ତାନ ଆଇନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଅପିଲ ଉପରେ ଶୁଣାଣି ହୋଇଛି । ଏଥିରେ ଭାରତ ସରକାର ଆଇନଜୀବୀ ନିଯୁକ୍ତ କରିବାକୁ ଦାବି କରିଥିଲେ ।

ପୂର୍ବ ଶୁଣାଣିରେ କୋର୍ଟ ପୁଣି ଥରେ ପାକିସ୍ତାନ ସରକାରଙ୍କୁ ଭାରତର ହାଇକମିଶନଙ୍କୁ ଆଇନଜୀବୀ ନିଯୁକ୍ତ କରିବା ପାଇଁ ପ୍ରସ୍ତାବ ଦେବାକୁ କହିଥିଲେ। ତେବେ କୌଣସି ପାକିସ୍ତାନର ଆଇନଜୀବୀଙ୍କୁ କୁଳଭୂଷଣଙ୍କ ପକ୍ଷ ରଖିବାକୁ କୋର୍ଟକୁ ପଠାଇ ନାହିଁ ଭାରତ ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ କହିଛନ୍ତି ଯେ ଭାରତୀୟ ଆଇନଜୀବୀଙ୍କୁ ଯାଦବଙ୍କ ପ୍ରତିନିଧିତ୍ବ କରିବାକୁ ଅନୁମତି ଦେବା ପାଇଁ ଭାରତୀୟ ପକ୍ଷ ଏକ ଅସଙ୍ଗତ ଦାବି କରୁଛନ୍ତି। ଆମେ ତାଙ୍କୁ ବାରମ୍ବାର କହିଛୁ ଯେ କେବଳ ସେହି ଆଇନଜୀବୀମାନେ ଯାଦବଙ୍କୁ କୋର୍ଟରେ ପ୍ରତିନିଧିତ୍ବ କରିପାରିବେ, ଯାହାର ପାକିସ୍ତାନରେ ଅଭ୍ୟାସ କରିବାର ଲାଇସେନ୍ସ ରହିଛି ବୋଲି ଚୌଧୁରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଅନ୍ୟପକ୍ଷେ କୁଳଭୂଷଣଙ୍କ ମାମଲାରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ କୂଟନୀତି ମାଧ୍ୟମରେ ପାକିସ୍ତାନ ସମ୍ପର୍କରେ ରହିଛୁ । କୁଳଭୂଷଣଙ୍କୁ ସୁରକ୍ଷା ଦେବାରେ ଭାରତ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.