ବେଙ୍ଗାଲୁର: କୋରୋନା ପାଇଁ ଇସ୍କନ ମନ୍ଦିରରେ ପଡିଲା କବାଟ । ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମନ୍ଦିର ବନ୍ଦ ରହିବ । ଏହାସହ ବେଙ୍ଗାଲୁରୁର ରାଜଜୀନଗର ଓ କାନକପୁରା ରୋଡରେ ଅବସ୍ଥିତ ଏହି ଇସ୍କନ ମନ୍ଦିର ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ।
ସୂଚନା ଅନୁସାରେ, ଭାରତର ବିଭିନ୍ନ ସ୍ଥାନରେ କୋଭିଡ -19 ପ୍ରସାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଏକ ISKCON ମନ୍ଦିର ପକ୍ଷରୁ ବିବୃତ୍ତିରେ କୁହାଯାଇଛି ।
ଏଥିରେ କୁହାଯାଇଛି ଯେ, ମନ୍ଦିରର ପୂଜାପାଠ ତଥା ଦେବତାମାନଙ୍କୁ ପାରମ୍ପାରିକ ମନ୍ଦିର 'ସେବା' ମନ୍ଦିରର ବାସିନ୍ଦା ପୁରୋହିତମାନେ ବ୍ୟକ୍ତିଗତ ଭାବରେ ପରିଚାଳନା କରିବେ । ଏଥିସହ ରହୁଥିବା ଭକ୍ତମାନେ ବିଶ୍ବ କଲ୍ୟାଣ ପାଇଁ ମନ୍ଦିରରେ ଭଜନ ଏବଂ କୀର୍ତ୍ତନ ପ୍ରଦର୍ଶନ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ।